ତାଳଚେର: ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନେଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ । ଜିଲ୍ଲାପାଳ ନିଜେ ମଧ୍ୟ ଭୋଜନ ଖାଇ ଖାଦ୍ୟର ପ୍ରସ୍ତୁତି ଓ ଏହାର ଗୁଣବତାକୁ ପରୀକ୍ଷା କରିଥିଲେ । ଏହା ଛଡା ଜିଲ୍ଲାପାଳ ହସପିଟାଲରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀ ଓ ପାରାମେଡିକାଳ କର୍ମଚାରୀଙ୍କ ସହ ରୋଗୀମାନଙ୍କୁ ଉତମ ଚିକିତ୍ସା ଦେବା ଉପରେ ଆଲୋଚନା କରିଥିଲେ । ଏହି ୧୫୦ ଶଯ୍ୟା ବିଶିଷ୍ଟ ହସପିଟାଲରେ ଅନୁଗୋଳ ସମେତ ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି । ହସପିଟାଲରେ ଚିକିତ୍ସା ଓ ଖାଦ୍ୟଯୋଗାଣ ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଣ, ସଫାସୁତୁରା ଓ ପରିମଳ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜଶ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଳା ମୂଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଅଭୟ କୁମାର ଦାସଙ୍କ ସମେତ ହସପିଟାଲର କର୍ମକର୍ତାମାନେ ଉପସ୍ଥିତ ଥିଲେ ।