କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଦେଖିହେବ

ଭୁବନେଶ୍ୱର: କୋଭିଡ ହସ୍ପିଟାଲରେ ରହିବ ସିସିଟିଭିର ବ୍ୟବସ୍ଥା । ସମ୍ପର୍କୀୟମାନେ ଚାହିଁଲେ ସିଧାସଳଖ କରୋନା ରୋଗୀଙ୍କୁ ଦେଖି ପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନ୍‌ଫରେନ୍ସ ହଲର ବ୍ୟବସ୍ଥା ହେବ । ହେଲପ ଡେସ୍କରେ ମଧ୍ୟ ରହିବ ସୋଶାଲ୍ ମିଡିଆର ବ୍ୟବସ୍ଥା । ସମ୍ପର୍କୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ହୋଇପାରିବେ । ପ୍ରତିଦିନ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମ୍ପର୍କୀୟଙ୍କୁ ଅପଡେଟ୍ କରାଯିବ । ଏସେମେସ କିମ୍ବା ସୋଶାଲ୍ ମିଡିଆ ସାହାଯ୍ୟରେ କରାଯିବ ଅପଡେଟ । ସେପଟେ ରାଜ୍ୟର ସବୁ କୋଭିଡ ହସ୍ପିଟାଲରେ ହେଲପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି ସରକାର । ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ରହିବ ହେଲପ୍ ଡେସ୍କ । ହେଲପ ଡେସ୍କ ଗୁଡିକ ସପ୍ତାହ ସାରା ୨୪ ଘଂଟା କାର୍ଯ୍ୟ କରିବା ରାଜ୍ୟ ସ୍ୱାସ୍ଥ୍ୟ ସ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମ ଜାରି ହୋଇଛି । ସବୁ ହେଲପ୍ ଡେସ୍କରେ ରହିବ ଟୋଲ ଫ୍ରି ନମ୍ବର ଟେଲିଫୋନ । ହେଲ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ । କୋଭିଡ ହସ୍ପିଟାଲମାନେ ଖୋଲିବେ ହେଲପ ଡେସ୍କ । ସମ୍ପକ୍‌ର‌୍ୟ ଅସନ୍ତୋଷ ହେଲେ ହେବ କାର୍ଯ୍ୟାନୁଷ୍ଠାନ । ରୋଗୀ ସମ୍ପର୍କୀୟ କୌଣସି ଅଭିଯୋଗ କଲେ ହେବ କାର୍ଯ୍ୟାନୁଷ୍ଠାନ । ସଂପୃକ୍ତ ହସ୍ପିଟାଲ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦରକାର ପଡିଲେ ସଂପୃକ୍ତ ହସ୍ପିଟାଲର ପ୍ରାପ୍ୟ ଅର୍ଥ ରୀଶିକୁ ଅଟକାଯିବ । ଏ ସମ୍ପର୍କିତ ଅଭିଯୋଗର ବିଚାର କରିବ ବୈଷୟିକ କମିଟି । ସୂଚନାରୁ ପ୍ରକାଶ, କରୋନାରେ ଆକ୍ରାନ୍ତଙ୍କୁ ପରିବାର ଲୋକେ କୋଭିଡ ହସ୍ପିଟାଲରେ ଭର୍ତି କରୁଛନ୍ତି । ଏହା ପରଠାରୁ ପରିବାର ଲୋକ ତାଙ୍କ ସହିତ ଯୋଗାଯୋଗ କରିପାରୁ ନାହାନ୍ତି । ଅନେକ ସମୟରେ ପରିବାର ଲୋକେ ଦେଖାକରିବାକୁ ଆସି ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହସ୍ପିଟାଲ କର୍ତୃକକ୍ଷଙ୍କଠାରୁ ନାନା ଗଞ୍ଜାଣା ପାଉଛନ୍ତି । ଏବେ ଏଥିରୁ ଆଶ୍ୱସ୍ତି ମିଳିଛି । ସମ୍ପର୍କୀୟମାନେ ଚାହିଁରେ ଦେଖିବା ସହିତ କଥା ହୋଇପାରିବେ ।

Leave A Reply

Your email address will not be published.

twelve − 2 =