କୋରାପୁଟ ଜିଲ୍ଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଉଦଘାଟନ

ଜୟପୁର: ୨୪ ଡିସେମ୍ବର ୨୦୨୫ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆଞ୍ଚଳିକ ବ୍ୟାଙ୍କିଂ ସେବାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାର ତିନୋଟି ଶାଖାର ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀ ଏଡି ରତ୍ନ ତେଜା, ଉପ-ସାଧାରଣ ପରିଚାଳକ (ବି ଏବଂ ଓ) ଶ୍ରୀ ଆଲୋକ କୁମାର ସିଂହ ଓ ଆଞ୍ଚଳିକ ପରିଚାଳକ RBO, ଜୟପୁର ଶ୍ରୀ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ୨୪ ଡିସେମ୍ବର ୨୦୨୫ ତାରିଖରେ କାକରିଗୁମା,ଓ ଲମତାପୁଟ ଅଞ୍ଚଳରେ ନୂତନ ଷ୍ଟେଟ୍ ବ୍ୟାଙ୍କ ଶାଖାର ଲୋକାର୍ପଣ କରାଯାଇଥିଲା। ଏହା ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସହଜ ଓ ଦ୍ରୁତ ବ୍ୟାଙ୍କିଂ ସେବା ମିଳିବା ସହିତ ଅର୍ଥନୈତିକ ସାମିଲ ତାକୁ ବୃଦ୍ଧି କରାଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ବ୍ୟାଙ୍କ ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.

5 × four =