କୋଲକତା ଓ ରାଉରକେଲାକୁ ଯାଜପୁରରୁ ବସ୍ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ବନ୍ଦ

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ ଶହ ଟପିଥିବା ବେଳେ ବାହାର ରାଜ୍ୟରୁ ଆସୁଥବା ପ୍ରବାସୀଙ୍କ ଠାରୁ ଏହା ଅଧିକ ସଂକ୍ରମିତ ହେଊଥିବା ଜଣାଯାଇଚ୍ଥି । ତେବେ ପ୍ରାଥମିକ ଭାବେ କୋଲକତାରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଏହା ବ୍ୟାପକ ହୋଇଥିଲା । ବର୍ତମାନ ସଂକ୍ରମଣ ଅଧିକ ବଢିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଚଳିତମାସ ୧୫ ତାରିଖ ଠାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଯାଜପୁରରୁ କୋଲକତା ଓ ଯାଜପୁରରୁ ରାଉରକେଲା ଯାତାୟତ କରୁଥିବା ବସ୍ ଗୁଡିକ ଊପରେ କଟକଣା ଜାରି କରିଚ୍ଥନ୍ତି । ଏହି ସମୟରେ କୌଣସି ବସ୍ କୋଲକତା ଓ ରାଉରକେଲା ଯିବା ଆସିବା କରିପାରିବ ନାହିଁ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସ୍ପଷ୍ଟ କରିଦେଇଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏ ସଂପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ଘରୋଇ ବସ୍ ମାଲିକ ସଂଘର ସଂପାଦକ କର୍ଣ୍ଣାଟକେଶରୀ ଦାସ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲାରେ କରୋନାର ସ୍ଥିତି ସଂପର୍କରେ ଅବଗତ କରାଇବା ସହ କୋଲକତାରୁ ଜିଲ୍ଲାକୁ ପ୍ରାୟ ୩ ହଜାର ପ୍ରବାସୀ ବର୍ତମାନ ସୁଦ୍ଧା ପେଂରିଥିବା ସୂଚନା ଦେଇଥିଲେ । ତେଣୁ କିଚ୍ଥି ଦିନ ପାଇଁ କୋଲକତା ଓ ରାଉରକେଲା ଯାତ୍ରୀ ପରିବହନକୁ କଟକଣା କରିବାକୁ ମତ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ଏହି କଟକଣାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବଳବତର ରଖିବାକୁ ସ୍ଥିର ହେଲାା ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ତଦାରଖ କରିବା ସହ ଜିଲ୍ଲାରେ ଧରପଗଡକୁ ଜୋରଦାର କରିବାକୁ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ । ଏ ସଂର୍ପକରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଚ୍ଥନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଆର.ଟି.ଓ. ସଚିଦାନନ୍ଦ ପଣ୍ଡା, ଜିଲ୍ଲା ଜରୁରୀ ବିଭାଗର ଡିପିଏମ ଦେବାଶିଷ ପ୍ରଧାନ, ଏମ.ଭି.ଆଇ. ଦୀପକ କୁମାର ସେଠୀ, ବରିଷ୍ଠ ରାଜସ୍ୱ ସହାୟକ ସୁଦିପ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

ten + 14 =