ଖାଇବା ତେଲରେ ହାତ ମାରି ହେଉନି


ଭୁବନେଶ୍ୱର: ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି ସହିତ କୋଭିଡ କାଳରେ ଖାଦ୍ୟ ସମାଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଅତ୍ୟାବଶ୍ୟକ ଖାଦ୍ୟ ସାମାଗ୍ରୀ ଦରଦାମ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଖାଇବାତେଲ ଦର ଆକାଶଛୁଆଁ ହେଉଛି । ଗତ ସାତ ମାସ ଭିତରେ ଖାଇବାତେଲ ଦର ୭୦ ପ୍ରତିଶତ ବୃଦ୍ଧି ପାଇଛି । କୋଭିଡ ସମୟରେ ଅଧିକାଂଶ ଲୋକ ରୋଜଗାର ହରାଇବା ଓ ଦରମା ହ୍ରାସ ପରି ସମସ୍ୟା ଦେଇ ଗତି କରୁଥିବା ବେଳେ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ସେମାନଙ୍କ ପରିସ୍ଥିତି ଦିନକୁ ଦିନ ଜଟିଳ କରିବାରେ ଲାଗିଛି । ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ବ୍ୟାପାର ହୋଇପଡିଥିବା ବେଳେ ତେଲକୁ ସାଧାରଣ ବଂଟନ ବ୍ୟବସ୍ଥାରେ ମଧ୍ୟ ସାମିଲ କରିବାକୁ ବିଭିନ୍ନ ସମୟରେ ଦାବି ହେଉଛି । ଗତ ବର୍ଷ ଦାମ ପ୍ରାୟ ୫୦% ବୃଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ୧୫% ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ମେ ମାସ ପର୍ଯ୍ୟନ୍ତ ଏପରି ଚଢ଼ା ଦାମ ରହିବ ବୋଲି କୁହଯୋଉଛି । ଭାରତ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ । ଭାରତ ଆବଶ୍ୟକ କରୁଥିବା ଖାଇବା ତେଲର ୭୦ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ । ପାମୋଲିନ, ସୋୟାବିନ, ସୂର୍ଯ୍ୟମୁଖୀ, ସୋରିଷ, ବାଦାମ ତେଲର ଦାମ ୨୦୧୯ ତୁଳନାରେ ୨୦୨୦ରେ ଅଧିକ ବଢ଼ିଛି । ସୋରିଷତେଲ ୪୦ ପ୍ରତିଶତ, ସୂର୍ଯ୍ୟମୁଖୀ ୫୨%, ରିଫାଇନ ସୋୟାବିନ ତେଲ ୩୪%, ରାଇସବ୍ରାନ ତେଲ ୩୩% ଏବଂ ପାମ ତେଲ ୩୭% ବୃଦ୍ଧି ପାଇଛି । ପାଇକାରୀଠାରୁ ଖୁଚୁରା ଦର ଏହାର ୨୦% ଅଧିକ ରହୁଛି । ପାମ ତେଲ ପାଇଁ ଭାରତ ମାଲେସିଆ ଓ ଇଣ୍ଡୋନେସିଆ ଉପରେ ନିର୍ଭର କରିଥାଏ । ସେହିପରି ସୋୟାବିନ ତେଲ ପାଇଁ ଆର୍ଜେଂଟିନା ଓ ବ୍ରାଜିଲ ଉପରେ ନିର୍ଭର କରେ । ତେବେ ସେସବୁ ଦେଶରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଆମଦାନୀ ପ୍ରଭାବିତ ହୋଇଛି । ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଥିବା କୁହାଯାଉଛି । ତେଲଦର ଅସ୍ୱାଭାବିକ ବୃଦ୍ଧିକୁ ଲକ୍ଷ୍ୟ ରଖି ଏହାକୁ ସରକାର ସାଧାରଣ ବଂଟନ ବ୍ୟବସ୍ଥାରେ ସାମିଲ କରିବାକୁ ଦାବି ହେଉଛି । ଖାଇବା ତେଲ ଉପôାଦନ ସଂଘ ସଲଭେଂଟ ଏକ୍ସଟ୍ରାକଟର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସଇଏ) ଦାବି ପରେ ସରକାର ନଭେମ୍ବରରେ ପାମ ତେଲରେ ୧୦% ଆମଦାନୀ ଶୁଳ୍କ ହ୍ରାସ କରିଥିଲେ । କନ୍ତୁ ଦର ହ୍ରାସ କରିବାରେ ସହାୟକ ହୋଇ ନ ଥିଲା । କାରଣ ସେହି ସମୟରେ ରପ୍ତାନିକାରୀ ଦେଶଗୁଡ଼ିକ ତେଲ ଦର ସହିତ ରପ୍ତାନି ଶୁଳ୍କ ବୃଦ୍ଧି କରିଥିଲେ । ଦେଶରେ ଖାଇବା ତେଲ ଉପରେ ଆଦାୟ ହେଉଥିବା ଟିକସ ଓ ସେସ୍ ହାର ମଧ୍ୟ ଖୁବ୍ ଅଧିକ ରହୁଛି । ଯାହା ବିଦେଶରୁ ଆମଦାନୀ ହେଉଥିବା ତେଲକୁ ଅଧିକ ମହଙ୍ଗା କରୁଛନ୍ତି । ସେହିପରି ଖୁଚୁରା ବ୍ୟବବସାୟରେ ଏଫଡିଆଇକୁ ଅନୁମତି ଦେବା ସରକାରଙ୍କ ସବୁଠୁ ବଡ଼ ଭୁଲ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅସମାନତା ଓ ଅସ୍ୱାଭାବିକ ଭାବେ ଦରଦାମ ବୃଦ୍ଧି ପଛରେ ଏହା ମୁଖ୍ୟ କାରଣ ପାଲଟିଛି । କେବଳ ତେଲ ନୁହେଁ, ଡାଲି, ପିଆଜ, ମଟର ପରି ସାମଗ୍ରୀ ଦର ବୃଦ୍ଧି ପାଇବାରେ ଲାଗିଛି । ଏହା ଗ୍ରାହକଙ୍କୁ ଖୁବ୍ ପ୍ରଭାବିତ କରୁଥିବା ବେଳେ ଆଗାମୀ ଦିନରେ ସେମାନଙ୍କ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି କହାଯାଉଛି ।

Leave A Reply

Your email address will not be published.

8 − 7 =