ଚମ୍ପୁଆ: ଚମ୍ପୁଆ ବ୍ଲକ ସୁନାପସି ପଞ୍ଚାୟତ ଅନ୍ତର୍ଗତ ବାଙ୍କହାଇସ୍କୁଲ ଖେଳ ପଡିଆ ନିର୍ମାଣରେ ମନରେଗା କାମରେ ଦୁର୍ନିତୀହୋଇ ଥିବା ଅଭିଯୋଗହୋଇଛି । ଏହିଖେଳ ପଡିଆ ନିର୍ମାଣ ପାଇିଁ ମନରେଗା ଯୋଜନାରେ ଚମ୍ପୁଆବ୍ଲକ ପକ୍ଷରୁ ୫ଲକ୍ଷ ଟଙ୍କାମଞ୍ଜୁରହୋଇ ଥିଲା । କିନ୍ତୁ ଏହିକାର୍ଯ୍ୟ ବିନାସୂଚନା ଫଳକରେ କାମହୋଇ ଥିବା , ଏପରିକି ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ବିଦ୍ୟାଳୟ କମିିଟିସଭ୍ୟ ପାଖରେ ଏବାବଦରେ କୋ÷ଣସି ସୂଚନା ନ ଥିବାକହିଛନ୍ତି । । ସବୁଠାରୁ ଆଶ୍ଚର୍ଯ୍ୟର କଥା ଟ୍ରକ୍ଟର ଓ ଜେସିବି ସାହାର୍ଯ୍ୟ ରେମାଟିକାର୍ଯ୍ୟ କରାଯାଇ ଲୋକଙ୍କ ଜବ କାର୍ଡରେଏଣ୍ଟ୍ରୀ କରାଯାଇଛି । ବିଶ୍ୱମହାମାରୀ କରୋନାରେ ସମସ୍ତେ ପ୍ରଭାବିତ । ପେଟ ଚାଖଣ୍ଡକ ପାଇଁ ସମାଜର ତଳସ୍ତରରେ ଥିବା ବ୍ୟକ୍ତିକି ଦୁଃଖ ଓ ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି ତାହାକୁ ଆଖିରେ ନ ଦେଖିଲେ କହିୁହେବ ନାର୍ହି । ଏମାନଙ୍କ ପାଇଁ ସରକାର ମନରେଗାରେ ୧୦୦ ଦିନରଶ୍ରମ ଦିବସ ନିଶ୍ଚିତ କରିଛନ୍ତି । । କିନ୍ତୁ ଏହି ଆଇନର କାର୍ଯ୍ୟକାରିତାରେ ବ୍ଲକ ପ୍ରଶାସନ, ଜନ ପ୍ରତିନିଧି, କିମ୍ବା ଅମଲାଙ୍କ ଆନ୍ତରିକତା ନ ଥିବା ଭଳିମନେ ହୁଏ । ମନରେଗାର ଶ୍ରମ ଦିବସକୁ ମେସିନ ଦ୍ୱାରା କରାଯାଇ କଣ୍ଟ୍ରାକ୍ଟର ଶ୍ରମିକ ମାନଙ୍କ ର ଜବ କାର୍ଡଗୁଡିକୁ ନିଜ ପାଖରେ ରଖିସାମାନ୍ୟ ଅର୍ଥ ଲାଳସା ଦେଇ ଶ୍ରମିକମାନଙ୍କୁ ବ୍ୟାଙ୍କ କୁନେଇ ଅର୍ଥ ହଡପ କରୁ ଥିବା (ପୃଷ୍ଟା୨) ଅଭିଯୋଗ ମଧ୍ୟ ହୋଇ ଆସୁଛି । ତେଲିଆ ମୁଣ୍ଡରେ ତେଲ ଦେବାଭଳି କାର୍ଯ୍ୟହେଉୁ ଥିବାଗ୍ରାମବାସୀ ଅଭିଯୋଗ କରିଛନ୍ତି । ମନରେଗା କାମକୁମେସିନ ଦ୍ୱାରାକରାଯାଇ ପ୍ରକୃତ ଗରିବ ଶ୍ରମିକମାନଙ୍କୁ ଉପହାସ କରାଯାଉଥିବାରୁ ଏହାର ଉଚ୍ଚ ସ୍ତରିୟ ତଦନ୍ତ ଦାବୀ କରାଯାଉଛି ।