ଗଛ କାଟୁଛି ଜଙ୍ଗଲ ବିଭାଗ : ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ

ମାହାଙ୍ଗା: ଗ୍ରୀଷ୍ପ ପ୍ରବାହ ତୀବ୍ରତର ଥିବା ବେଳେ ଅସହାୟ ତାତି ସାଙ୍ଗକୁ କରୋନାର ଭୟବହତା ସାଧାରଣରେ ଭୟ ସୃଷ୍ଟି କରିଥିବାବେଳେ ରାସ୍ତା ସଂପ୍ରଗ୍ରସାଣ ନାମରେ ଜଙ୍ଗଲ ବିଭାଗ ତରଫରୁ ରାସ୍ତାକଡରେ ଥିବା ବଡ ବଡ ଗଛ କାଟିବାକୁ ନେଇ ପରିବେଶବିତ୍ ମାନଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ ନିଶ୍ଚିନ୍ତକୋଇଲି-ଲଳିତଗିରି ପୂର୍ତ୍ତ ବିଭାଗ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅବଧି ପୁରିବା ପରେ ମଧ୍ୟ ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାଟି ଅସଂପୂର୍ଣ୍ଣ ଭାବରେ ପଡିରହିଛି । ପୂର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିଲା । ୧୯୯୭ ମସିହାରେ ନିଶ୍ଚିନ୍ତକୋଇଲିଠାରୁ ଲଳିତଗିରି ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ବିଭିନ୍ନ କିସମର ଗଛ ଲଗାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରାସ୍ତାଟି ପୂର୍ତ୍ତବିଭାଗ ଅଧିନକୁ ଯାଇ ସଂପ୍ରସାରଣ କାର୍ଯ୍ୟ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ଏହି ସମୟରେ ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ଗଛକୁ କଟା ଯାଇ ରାସ୍ତା ସଂପ୍ରସାରଣ ବ୍ୟବସ୍ଥା ଥିଲେ ମଧ୍ୟ ପୂର୍ତ୍ତବିଭାଗ .ଜଙ୍ଗଲ ଓ ତହସିଲ ପ୍ରଶାସନ ମଧ୍ୟରେ ତାଳମେଳ ନ ରହିବାରୁ ରାସ୍ତା ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକାଦାର ମନମୁଖି ଭାବେ ସ୍ଥିରିକୃତ ରାସ୍ତା ନିର୍ମାଣ ନ କରି ଅଣ ଓସାରିଆ ନିର୍ମାଣ କରିଥିଲା । କିନ୍ତୁ ଏବେ ଜଙ୍ଗଲ ବିଭାଗ ତରଫରୁ ରାସ୍ତାକଡରେ ଥିବା ବଡ ବଡ ଚାଖୁଣ୍ଡା,ନିଳଗିରି,ଆକାଶୀ ,କଦମ୍ବ ,ପିତା ଚାଖୁଣ୍ଡା ଗଛ ଗୁଡିକୁ କାଟୁଛନ୍ତି । ଗ୍ରୀଷ୍ମ ପ୍ରବାହ ତୀବ୍ରତର ଥିବାବେଳେ ଏକକାଳୀନ ବହୁ ପରିମାଣର ଗଛ ଏକ ସମୟରେ କଟା ଯିବା କାହା ସ୍ୱାର୍ଥରେ ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପର ପକ୍ଷରେ ବହୁ ବିଶେଷଜ୍ଞମାନେ ପ୍ରାଣୀଜଗତ ମୁକ୍ତ ପରିବେଶରୁ ପ୍ରତି ନିଶ୍ୱାସରେ ୨୦ ପ୍ରତିଶତ ପ୍ରାକୃତିକ ଅମ୍ଳଯାନ ଗ୍ରହଣ କରୁଥିବାବେଳେ କରୋନା ରୋଗରେ ପିଡିତ ବ୍ୟକ୍ତି ବିଶେଷଙ୍କୁ ବହୁଳ ପରିମାଣରେ ପ୍ରାକୃତିକ ଅମ୍ଳଯାନର ଆବଶ୍ୟକତା ଥିବାବେଳେ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଏକାସଙ୍ଗରେ ବଡ ବଡ ଗଛ କଟାଯିବାକୁ ନେଇ ପରିବଶେବିତ୍‌ଙ୍କ ମହଲରେ ନାପସନ୍ଦ ମତ ପ୍ରକାଶ ପାଇଛି । ରାସ୍ତାର ପିଚୁ କାମ ସମୟରେ ଗଛକଟା ଆବଶ୍ୟକତା ଥାଇ ମଧ୍ୟ ଗଛ କଟା ନ ଯାଇ ବହୁ ବିଳମ୍ବରେ ଗଛ କଟାଯିବା ଘଟଣା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.

three × five =