ଗଜପତିରେ ଏଣିକି ୪ ଦିନ ସଟଡାଉନ୍, ୩ଦିନ ଲକଡାଉନ୍

ଗଜପତି : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲାପାଳ ଅନୁପମ ଶାହା ଜିଲାକୁ ସପ୍ତାହର ୪ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ରହିବ । ତେବେ ପୂର୍ବ ଭଳି ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୩ଦିନ ଲକ୍ଡାଉନ୍ କଟକଣା ଜାରି ରହିବ ବୋଲି ନିର୍ଦେଶନାମାରେ କୁହାଯାଇଛି ।
ପାରଳାଖେମୁଣ୍ଡି ସହର ଏବଂ ବ୍ଲକ ହେଡକ୍ୱାର୍ଟରକୁ ପ୍ରବେଶ ଏବଂ ପ୍ରସ୍ଥାନକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ପାରଳାଖେମୁଣ୍ଡି ସହର ବ୍ୟତୀତ କାଶୀନଗର ଏନଏସି. ରାଣିପେଂଠ , କେରାଣ୍ଡି, ଝାମି ଏବଂ କତଲକଇଠା ଆଦି ଗ୍ରାମ ପଞ୍ଚାୟତକୁ ମଧ୍ୟ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ୪ଦିନ ସଟଡାଉନ୍ କରାଯାଇଛି । ଆଗାମୀ ୩୦ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏଁ ଏହି କଟକଣା ଜାରି ହୋଇଛି । ଏହି ସଟଡାଉନ୍ ସମୟରେ ଜରୁରୀକାଳିନ ସ୍ୱାସ୍ଥ୍ୟସେବା, ଔଷଧ ଦୋକାଳନ ଓ ଦୁଗ୍ଧ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କେବଳ ଜିଲ୍ଲାର ମୁଖ୍ୟ ରାସ୍ତାରେ ଯିବା ଆସିବା କରିପାରିବ ।

Leave A Reply

Your email address will not be published.

3 × two =