ଗଜପତି ଜିଲ୍ଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍ଡାଉନ୍ ଆଜିଠାରୁ

ଗଜପତି: ଜୁଲାଇ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ଭିତରେ ଗଜପତି ଜିଲାର ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭୁ ଜିଲାପାଳ ଲକ୍ଡାଉନ୍ ଘୋଷଣା କରିଛନ୍ତିି । ସୋମବାରଠାରୁ ପ୍ରତ୍ୟେହ ସକାଳ ୫ରୁ ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି । ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ପାଇଁ ଲକ୍ଡାଉନ୍ କଟକଣା ଲାଗୁ ହେବ । ଏଥି ସହିତ ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ଏନଏସି ମଧ୍ୟ ଲକ୍ଡାଉନ ରହିବ । ୮ଟି ବ୍ଲକର ୧୧ଟି ପଞ୍ଚାୟତରେ ମଧ୍ୟ ଲକ୍ଡାଉନ୍ କଟକଣା ଲାଗୁ ହେବ ବୋଲି ଜିଲାପାଳ ଘୋଷଣା କରିଛନ୍ତି ।
ଏହି ଲକ୍ଡାଉନ୍ ସମୟରେ ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ସକାଳ ୭ଟା ରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ ହେବ । ବାକି ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଗଜପତି ଜିଲାରେ ଆଉ ୩୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

19 − six =