ଗଞ୍ଜାମରେ ସରକାରୀ ଅଫିସ୍ ଲୋକଙ୍କ ପାଇଁ ମନା

ବ୍ରହ୍ମପୁର,୨୪.୦୬ (ନି.ପ୍ର) : ଜଣେ ପଦସ୍ତ ସରକାରୀ ଅଫିସର କରୋନାରେ ଆକ୍ରାନ୍ତ ହେବାପରେ ଆଜିଠାରୁ ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଜିଲ୍ଳାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି । ସରକାରୀ ଅଫିସର ବରିଷ୍ଠ ଅଧିକାରୀମାନେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଯାଉଥିବାରୁ ଜିଲ୍ଲା ପ୍ରଶାସନ ଏ ଭଳି ନିଷ୍ପତି ଗ୍ରହଣ କରିଛି । ସେମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଜିଲ୍ଲାପାଳ ପ୍ରାର୍ଥନା କରିଛନ୍ତି । ପ୍ରକାଶଯୋଗ୍ୟ କି, କରୋନା ଭୁତାଣୁ ସଂକ୍ରମଣରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚିଛି । ଏବେ ଜିଲ୍ଲାରେ ବହୁସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଏବଂ ସରକାରୀ କାର୍ଯ୍ୟାଳୟର କର୍ମଚାରୀମାନେ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ସରକାରୀ ଅଫିସ୍ଗୁଡିକୁ ଜନସାଧାରଣଙ୍କ ନିମନ୍ତେ ବନ୍ଦ କରିଛନ୍ତି ।

Leave A Reply

Your email address will not be published.

14 − 5 =