ଗଞ୍ଜାମ ଜିଲ୍ଳାରେ ପ୍ରତି ଘରେ ସ୍କ୍ରିନିଂ ଟେଷ୍ଟ ଲାଗି ୨ ଶହ ଟିମ୍ ମୁତୟନ

ବ୍ରହ୍ମପୁର: ବ୍ରହ୍ମପୁର ରାଜ୍ୟରେ ଜାରି ରହିଛି କରୋନା ଆତଙ୍କ । କରୋନା ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏ ବ୍ରହ୍ମପୁର ମହାନଗର ନିଗମ ସଟ୍ଡାଉନ ରହିବ । ଏହାସହ ଜିଲ୍ଳାର ସବୁ ସହାରଂଚଳ ଓ ୫ଟି ବ୍ଲକ ଯଥା- ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର ଧରାକେଟ୍ ଓ ଜଗନ୍ନାଥ ପ୍ରସାଦ ବ୍ଲକର ହେଡକ୍ୱାର୍ଟର୍ସ ମଧ୍ୟ ସଟ୍ଡାଉନ୍ ରହିବ । ତେବେ ଏହି ସମୟ ଭିତରେ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ ନେଇ ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଏଥିପାଇଁ ୨ ଶହ ଟିମ୍ ମଧ୍ୟ ଗଠନ କରାଯାଇଛି ଏବଂ ପ୍ରତି ଟିମରେ ଜଣେ ଜଣେ ଡାକ୍ତର ଓ ୨ ଜଣ ଅଙ୍ଗନବାଡି କର୍ମୀ ରହିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଏହି ଟିମ୍ ସଟ୍ଡାଉନ୍ ସମୟରେ ଭିତରେ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ପରୀକ୍ଷା କରାଯିବ ।


ଏହି ସମୟରେ ଲୋକେ ଘରେ ରହିବା ଆବଶ୍ୟକ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି । ଏହି ୨ ଶହ ଟିମ୍ ମଧ୍ୟରୁ ୧୦୦ଟିମ୍ ବ୍ରହ୍ମପୁର ମହାନଗର ନିଗମ ପାଇଁ ଆଉ ୧୦୦ଟି ଟିମ୍ ଅନ୍ୟ ବଳକା ଅଂଚଳରେ ଏହି କାର୍ଯ୍ୟ କରିବେ । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ଏଭି ପଦକ୍ଷେପ ନିଆଯାଇଛି । ବୋଲି ଗଞ୍ଜମ ଜିଲ୍ଲାପାଳ କହିଛନ୍ତି । ଯଦ୍ୱାରା ସ୍ୱାସ୍ଥ୍ୟ ଟିମ୍କୁ ପ୍ରତି ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଂଚ ସୁବିଧା ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍ୱାସ୍ଥ୍ୟ ଯାଂଚ ହେଉଥିଲା । ତା’ଠାରୁ ଏବେ ଉତମ ରହିବ । ସ୍ୱାସ୍ଥ୍ୟ ଯାଂଚବେଳେ ଅକ୍ସିଜନ୍, ପଲସ୍, ରକ୍ତଚାପ ମାତ୍ରାକୁ ମଧ୍ୟ ପରୀକ୍ଷା କରାଯିବ । ଏଥିସହ ଉଚ୍ଚ ରକ୍ତଚାପ, କିଡିନି, କ୍ୟାନସର୍, ହୃଦଜନିତ ରୋଗୀମାନଙ୍କ ମଧ୍ୟ ଏକ ଡାଟା ପ୍ରସ୍ତୁତ କରାଯିବ । ସେଭଳି ରୋଗୀମାନଙ୍କୁ ଘରେ କିପରି ଉତମ ଟେଲି ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବ । ଏହି ଅଭିଯାନକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ୨୦୦ଟି ସ୍ୱାସ୍ଥ୍ୟ ଟିମ୍କୁ ନିୟୋଜିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ୪୦ଟି ୱାଡର଼୍ର ୭୨ ହଜାର ପରିବାରର ୪ ଲକ୍ଷ ଜନସାଧାରଣଙ୍କ ପାଇଁ ୧୦୦ଟି ସ୍ୱାସ୍ଥ୍ୟ ଟିମ୍ ଏବଂ ହିଞ୍ଜିଳି ମୁ୍ୟନିସିପାଲଟି ସମେତ ୧୭ଟି ସହରାଂଚଳର ୨୬୧ଟି ୱାର୍ଡର ୫୯୨୨୦ ପରିବାରର ୩ ଲକ୍ଷ ୬ ହଜାର ୨୯୧ ଲୋକଙ୍କ ପାଇଁ ବାକି ୧୦୦ ଟିମ୍ ନିୟାଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ଦୈନିକ ୧୫୦ ଜରଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । କରୋନା ସଂକ୍ରମଣ ଯୋଗୁ ଜିଲ୍ଳାରେ ଏବେ ସୁଦ୍ଧା ଯେତେ ମୃତ୍ୟୁ ହୋଇଛି ସେଥିରୁ ଅନୁଧ୍ୟାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ପୂର୍ବରୁ ଅଧିକାଂଶଙ୍କ ଠାରେ ରହିଥିବା ଲକ୍ଷଣକୁ ଲୁଚାଇ ରଖିଥିଲେ । ଏଣୁ କୌଣସି ବ୍ୟକ୍ତି କରୋନା ଲକ୍ଷଣ, ଜ୍ୱର, କାଶ, ଡାଇରିଆ ଏବଂ ଶ୍ୱାସଜନିତ ସମସ୍ୟାକୁ ଲୁଚାଇ ରଖନ୍ତୁ ନାହିଁ । ବିନା ଡକ୍ତରଙ୍କ ପରାମର୍ଶରେ ପାରାସିଟାମଲ୍ ସମେତ ଅନ୍ୟାନ୍ୟ ଜ୍ୱର ନିରାକରଣ ଔଷଧ ସେବନ କରନ୍ତୁନାହିଁ ବୋଲି ଜିଲ୍ଳାପାଳ କହିଛନ୍ତି ।
ଏପଟେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଞ୍ଜମ ଓ କଟକକୁ ଫୋକସ କରାଯାଇଛି । କୌରସି ବ୍ୟକ୍ତିଙ୍କ ଦେହରେ ନିର୍ଦ୍ଧିଷ୍ଟ ରୋଗକୁ ନେଇ କ’ଣ ପ୍ରତିରୋଧକ ଶକ୍ତି ରହିଛି, ତାହା ଜାଣିବା ପାଇଁ ଏହି ଆଂଟିଜେନ ପରୀକ୍ଷା କରାଯାଏ । ଏହି କିଟ୍ ଗଞ୍ଜମ ଜିଲ୍ଳାକୁ ପ୍ରଥମ ଦଫାରେ ୨ହଜାର ୫ ଶହ କିଟ୍ ଆସିଛି । ଏହି କିଟ୍ ବ୍ୟବହାର କରି ମାତ୍ର ୪୫ ମିନିଟ୍ ଭିତରେ ଜଣାପଡିବ ସଂକ୍ରମିତ ନା ନୁହଁନ୍ତି । ଆଜି ଠାରୁ ଜିଲ୍ଲାରେ ଆଂଟିଜେନ ଟେଷ୍ଟି ଗାଇଡ ଲାଇନ ଅନୁସାରେ ଆରମ୍ଭ ହୋଇଛି । ଏହାଫଳରେ ଲକ୍ଷଣ ଦେଖାଯାଇଥିବା ଲୋକେ ଚିହ୍ନଟ ହୋଇପାରିବେ ଏବଂ ସେମାନଙ୍କ ଚିକିତ୍ସା କରାଯାଇ ପାରିବ । କୋଭିଡ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ଏ ସମ୍ପର୍କରେ ଆଶାକର୍ମୀ, ଅଙ୍ଗନୱାଡି, କର୍ମୀ ଏଏନମ କିମ୍ବା କୋଭିଡ ମନିଟରଙ୍କୁ ଜଣାଇବା ନିମନ୍ତେ ଜିଲ୍ଳାପାଳ କହିଛନ୍ତି । ଜିଲ୍ଲାରେ ଚାଲିଥିବା ୨୮୬୩ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଛି । ଏବାବଦରେ ପ୍ରତି ବ୍ଲକରେ ୩/୪ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଛି । ମୋଟ ୧୧୯ କ୍ଲଷ୍ଟସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛି । ୮୫ଟି କ୍ଲଷ୍ଟସ୍ତରୀୟ ଅସ୍ଥାୟୀ ସ୍ୱସ୍ଥ୍ୟକେନ୍ଦ୍ରରେ ୯୧୯୦ ଜଣ ଅନ୍ତେବାସୀ ରହୁଛନ୍ତି । ସହରାଂଚଳରେ ୧୩୨୦ ଜଣ ରହିଛନ୍ତି । ଜିଲ୍ଲାକୁ ୨ ଲକ୍ଷରୁ ଉଦ୍ଧ୍ୱର୍ ପ୍ରବାସୀ ଆସିଲୋଣି । ଜିଲ୍ଳାରେ ଗତକାଲି ସୁଦ୍ଧା ୧୬୬୨୮ ଜରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସେଥି ମଧ୍ୟରୁ ୨୩୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୩୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୦ଜଣଙ୍କ ମୃତ୍ୟୁ ହୋଇସାରିଛି । ଜିଲ୍ଳାକୁ ୨ ଲକ୍ଷରୁ ଉର୍ଦ୍ଧ ପ୍ରବାସୀ ଆସିଲେଣି । ଜିଲ୍ଳାରେ ଗତକାଲି ସୁଦ୍ଧା ୧୬୬୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସେଥି ମଧ୍ୟରୁ ୨୩୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୩୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଛି । ୧୦୧୦ ଜଣ ଆକ୍ଟିଭ ବା ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ ୪୨୪ ଜଣ କୋଭିଡ ଯୋଦ୍ଧ । କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଗାଁ ତଥା ଅଂଚଳର ପରିସ୍ଥ୍ିତି କିଭଳି ରହିଛି । ଏହାକୁ ତଦାରଖ କରୁଥିବା ମନିଟର ସ୍ଥାନୀୟ ସରପଂଚ କିମ୍ବା ବିଜ୍ଞାପିତ ଅଂଚଳ ପରିଷଦର କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି କରିସ୍ଥିତି ନିୟନ୍ତ୍ରଣ ହେବା ପରି କାର୍ଯ୍ୟ କରିବ । ସେହିପରି ଗାଁ ସ୍ତରରେ ୪୫୬ଟି କୋଭିଡ କେୟାର ହୋମ୍ ଖୋଲାଯାଇଛି । ଜିଲ୍ଳାରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଯେଉଁ ଅଂଚଳରୁ ପଜିଟିଭ ଚିହ୍ନଟ ହେବା ପରେ ତୁରନ୍ତ ସେହି ଅଂଚଳକୁ ନିଷିଦ୍ଧାଂଚଳ ଘୋଷାଣା କରି ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.

fifteen + fifteen =