ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁରର ଗରିମାମୟ ସମୃଦ୍ଧ ଐତିହ୍ୟ ରହିଛି । ଏହି ଅଂଚଳର ସାମଗ୍ରିକ ବିକାଶ ଏବଂ ପଛରେ ପଡି ଯାଇଥିବା ଦଃୁସ୍ଥ ଓ ଦୁଃଖୀ ମଣିଷଙ୍କ ସ୍ୱରକୁ ଅଧିକ ମଝବୁତ କରିବା ସହ ଜେନାପୁରର ଗୌରବ ବୃଦ୍ଧି ପାଇଁ ସଚେତନ ସଂଗ୍ରାମୀ ମଂଚଞ୍ଚ ଜେନାପୁର ଗଠିତ ହୋଇଛି ।
ଏହି ଅବସରରେ ପଣସପଡିଆରେ ଅନୁଷ୍ଠିତ ବୈଠକରେ ଧର୍ମଶାଳାର ବି.ଜେ.ଡି ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ସେବା ହିଁ ମଣିଷ ଜୀବନର ସବୁଠାରୁ ବଡ ସମ୍ପଦ ଏବଂ ଏହା ଆତ୍ମା ସହ ଚିରସ୍ଥାୟୀ ସମ୍ପଦ ଭାବେ ରହିଥାଏ ବୋଲି କହିଥିଲେ । ସେ କହିଥିଲେ ଯେ, ଅତୀତରେ ବ୍ୟବସାୟୀକ ପ୍ରାଣକେନ୍ଦ୍ର ଥିବା ଜେନାପୁର ଓଡିଶାର ଏକ ପ୍ରମୁଖ ସ୍ଥାନ ଥିଲା । ହେଲେ ଏବେ ଏଠାରେ ଚାଷୀମାନେ ଜମିକୁ ଜଳ ପାଉ ନଥିବା ବେଳେ ପିଇବାକୁ ମୁନ୍ଦାଏ ଭଲ ପାଣି ମିଳେନାହିଁ । ଗରୀବଟିଏ ରାସନ କାର୍ଡରେ ଚାଉଳ ପାଉ ନଥିବା ବେଳେ ୭୦ ବର୍ଷର ବୃଦ୍ଧା ଭତା ପାଏନାହିଁ । ଅପର ପକ୍ଷରେ ଗରୀବଙ୍କ ସରକାରୀ ସୁବିଧାକୁ ଧନୀ ତଥା ପ୍ରଭାବଶାଳୀ ମାନେ ନକଲି ଗରୀବ ସାଜି ଲୁଟି ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସେବା ନିକଟରେ କ୍ଷମତା ଓ ପ୍ରତିପତି ମୂଲ୍ୟହୀନ ବୋଲି ମତ ରଖିବା ସହ ଗରୀବଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ସମଗ୍ର ଦେଶରେ ଏକ ଦୃଷ୍ଟାନ୍ତ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ଭାବେ ତାଙ୍କର ସେବା କରିବାର ଆହ୍ୱାନକୁ ସଫଳ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ, ଭ୍ରଷ୍ଟାଚାର ବିରୋଧରେ ସାଲିସ ବିହୀନ ସଂଗ୍ରାମ ଏହି ମଂଚର ମୂଳ ଲକ୍ଷ ହେବ ବୋଲି କହିଥିଲେ । ଏହି ବୈଠକରେ ସର୍ବସମ୍ମତକ୍ରମେ ରମେଶ ଚନ୍ଦ୍ର ପରିଡା- ସଭାପତି, ପ୍ରେମଚାନ୍ଦ ମହାନ୍ତି – ସମ୍ପାଦକ, ଗୋପବନ୍ଧୁ କବି, ମଙ୍ଗୁଳି ଭୂୟାଂ, ମୃତ୍ୟୁଞ୍ଜୟ ସିଂ- ଉପସଭାପତି, ପ୍ରେମାନନ୍ଦ ପରିଡା, ନୀରଞ୍ଜନ ସାହୁ, ମାନସ କବି- ସହସଂପାଦକ, ବାବାଜି ମହାରଣା- କୋଷାଧ୍ୟକ୍ଷ, ପ୍ରଦୀପ ମହାନ୍ତି ଓ ବିଶ୍ୱମ୍ବର ପୁରୀଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି । ପରବର୍ତି ବୈଠକରେ ଜେନାପୁରର ପ୍ରତ୍ୟେକ ୱାର୍ଡର ସଂଗ୍ରାମୀ ମାନଙ୍କୁ ଏଥିରେ ସଭ୍ୟ କରାଯିବା ସହ ଆବଶ୍ୟକ କ୍ଷେତ୍ରରେ କର୍ମକର୍ତା ମଣ୍ଡଳୀ ସଂପ୍ରସାରଣ କରାଯାଇ କାର୍ଯ୍ୟକାରୀ କମିଟିରେ ନିଆଯିବ ବୋଲି ସଭାପତି ଏବଂ ସଂପାଦକ ମତ ପ୍ରକାଶ କରିଛନ୍ତି ।