ଭୁବନେଶ୍ୱର: କୋଭିଡ ଜନିତ ଆର୍ଥକ ମାନ୍ଦାବସ୍ଥାରୁ ଗ୍ରାମାଂଚଳର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କର । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ତ୍ରିଂ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ସ୍ଥିତି ପରିଚାଳନା ସମୀକ୍ଷା କରିବା ଅବସରରେ ମୁଖମନ୍ତ୍ରୀ କହିଥିଲେ ଯେ ମନରେଗା ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ କିଭଳି ଗାଁ ଲୋକଙ୍କୁ ଅଧିକରୁ ଅଧିକ ରୋଜଗାର ଦିଆଯାଇପାରିବ, ତାହା ଏବେ ପ୍ରଶାସନ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ । ବିଶେଷ କରି କୃଷି, ମମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ୍ ଭାବରେ କାର୍ଯ୍ୟ କରିବା ଜିଲ୍ଲାପାଳଙ୍କର ସର୍ବୋଚ୍ଚ ପ୍ରାଥମିକତା । ସେହିଭଳି ଚାଷୀ, ମିସନ ଶକ୍ତିର ମା’ ମାନେ, ଏନ୍ଏସ୍ଏମ୍ଇ ଓ ବୁଣାକାର ମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବାା ପାଇଁ ବି ମୁଖମନ୍ତ୍ର ପରାମର୍ଶ ଦେଇଥିଲେ । ଭାରତର ପ୍ରଥମ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୨୩ ପ୍ରତିଶତ ଥିବାରୁ ଓଡ଼ିଶାର ଲୋକମାନଙ୍କୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଅପରିହାର୍ଯ୍ୟ ହୋଇପଡିଛି । ଏଣୁ ଜିଲ୍ଲାପାଳମାନେ ଏହା ଉପରେ ତୀକ୍ଷ୍ମ ନଜର ରଖିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଥିଲେ । ଏହି ଅବସରରେ ମୁଖମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାରରେ ପହଂଚିବାରୁ ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖମନ୍ତ୍ରୀ ସନ୍ତେ୍ରଷ ପ୍ରକାଶ କରିଥିଲେ । ତେବେ ରାଜ୍ୟର ଅନ୍ୟ ଅଂଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ୱର କଟକରେ କମିସନ୍ରେଟ ଅଂଚଳରେ ଏହା ସେତେଟା ଉତ୍ସାହଜନକ ଅଂଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପୋଲିସ ମହାନିଦେ୍ର୍ଧଶକ ନିଜେ ପ୍ରତ୍ୟେକ୍ଷ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ମହାନିଦେ୍ର୍ଧଶକ, ଭୁବନେଶ୍ୱର-କଟକର ପୋଲିସ କମିସନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ରାଜ୍ୟରେ ମୃତୁ୍ୟ ହାର କମ୍ ଥିବା ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ସ୍ୱତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ବୈଠକ ସଂଚାଳନା କରିଥିଲେ ।