ଗାଈ ପାଟିରେ ଫୁଟିଲା ବୋମା


ଖଲିକୋଟ: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିଲା ବୋମା ଓ ସେଠାରେ ଚରୁଥିବା ଗାଈଟି ତାହା ଖାଇଦେବାରୁ ତା’ପାଟିରେ ବୋମା ବିସ୍ଫୋରଣ ହୋଇ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି । ସୁଚନା ଅନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥି ପାଇଁ ସେମାନେ ବିଲ ମଝିରେ ବୋମା ରଖନ୍ତି ଏବଂ ବାରହା ତାକୁ ଖାଇ ମୃତୁ୍ୟ ବରଣ କରନ୍ତି । ତେବେ ବେଳେ ବେଳେ ଗାଈ ଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ଗୁରୁତର ହୋଇଛି । ଗତକାଲି ସନ୍ଧ୍ୟାରେ ଗ୍ରାମରେ ସୁନ୍ଦୁରୁ ରାଉତଙ୍କ ଗାଈ ଚରିବାକୁ ଯାଇ ଘରକୁ ଫେରି ନଥିଲା । ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଜଗା ଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁର ତଳ ଭାଗ କ୍ଷତି ଗ୍ରସ୍ତ ହୋଇଯାଇଛି । ଗାଈଟି ୧୫ ଦିନ ତଳେ ଏକ ବାଛୁରୀକୁ ଜନ୍ମ ଦେଇଥିବା ଜଣା ପଡିଛି । ଏନେଇ ସୁଦୁର ଗ୍ରାମର ଜଣେ ବ୍ୟକ୍ତଙ୍କ ବିରୋଧରେ ସେ ଖଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପାଇ ଥାନ ଅଧିକାରୀ ସତ୍ୟ ରଞଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଅଭିଯୁକ୍ତଙକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.

four × two =