ଭୁବନେଶ୍ୱର: ମୋବାଇଲ ଇୟର ଫୋନ ବ୍ୟବହାରକାରୀ ସାବଧାନ ଗାଡ଼ି ଚଳାଇବା ବେଳେ ଇୟର ଫୋନ ବ୍ୟବହାର କରି ଧରାପଡ଼ିଲେ ବାତିଲ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ପରିବହନ ଆୟୁକ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆରଟିଓ ଓ ଟ୍ରାଫିକ୍କୁ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଗୁରୁତର ସହ ନେଇଛି କମିସନରେଟ୍ ପୋଲିସ । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ଉ ପାଇଁ ଯୋଜନା ହୋଇଛି । ପ୍ରଥମ ଥର ପାଇଁ ଇଅର ଫୋନ୍ ବ୍ୟବହାର କଲେ ଜରିମାନା ସହ ଲାଇସେନ୍ସ ବାତିଲ ହେବ ବୋଲି କମିସନରେଟ୍ ଟ୍ରେଫିକ୍ ପୋଲିସ ଘୋଷଣା କରିବା ସହ ଏ ନେଇ ବିଭିନ୍ନ ସ୍ଥାନରେ ହୋର୍ଡିଂ ଜରିଆରେ ସଚେତନ କରାଇଛି । ମୋଟର ଯାନ ଆଇନ ଦଫା ୧୮୪ (ଗ) ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମୋବାଇଲ କାନରେ ଦେଇ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ି ମୋଟା ଅଙ୍କର ଜରିମାନା ଗଣିବା ପରେ ଉଲ୍ଳଂଘନକାରୀମାନେ ନୂଆ ଯୋଜନା କରିଥିଲେ । ମୋବାଇଲ ଫୋନ୍ ପକେଟ୍ରେ ରଖି ଇଅର ଫୋନ୍ରେ କଥା ହେଉଥିଲେ । ସବୁ ତାର ପକେଟ୍ରୁ ଯାଇ ହେଲ୍ମେଟ୍ ଭିତରେ ରହୁଥିବାରୁ କେହି ଧରି ପାରୁନଥିଲେ ।
ଏଭଳି ଦେଖାଯିବା ପରେ ମାନସମନ୍ଥନ ହୋଇଥିଲା । ଇଅର ଫୋନ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ ନିଷ୍ପତି ହୋଇଥିଲା । ଜଣେ ବରିÂ ଅଧିକାରୀଙ୍କ ସୂଚନା ମୁତାବକ, ଟ୍ରାଫିକ୍ ନିୟମ ଉଲ୍ଳଂଘନ ପାଇଁ ଯେତିକି ଚାଲାଣ କଟାଯାଉଛି ତା’ର ଏକ ତୃତୀୟାହଶ ମୋବାଇଲ ଫୋନ୍ ସହ ଗାଡି ଚାଳନା ପାଇଁ କଟାଯାଉଛି । ଗତ ୭ ଦିନରେ ୨୩୫ଟି ଚାଲାଣ ଏହି ଉଲଂଘନ ପାଇଁ କଟଯାଇଛି । ଏହା କେବଳ ମୋବାଇଲ ଫୋନ୍ ବ୍ୟବହାର ପାଇଁ । ଇଅର ଫୋନ୍ ବ୍ୟବହାର ପାଇଁ ଅଦ୍ୟାବଧି ଚାଲାଣ କଟଯାଇ ନାହିଁ ।