ଗାନ୍ଧି ପ୍ରତିମୂର୍ତୀ ତଳେ ଧାରଣା

ବାଲିକୁଦା: ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଞ୍ଚ ମାନେ ବିଭିନ୍ନ ସମସ୍ୟାକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ ବସିଥିବା ଦେଖିବାକୁ ମିଳିଥିଲା । ସରପଞ୍ଚ ସଂଘ ସଭାପତି ନିରନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ ଅନୁସୂୟା ସାହୁଙ୍କ ନେତୃ୍ତ୍ୱରେ ୪ ଦଫା ଦାବିକୁ ନେଇ ସରପଞ୍ଚ ମାନେ ଏଠାରେ ଏକ ପ୍ରକାର ଧାରଣାରେ ବସି ରହିଥିଲେ । ସମସ୍ୟାର ସମାଧାନ ପାଇଁ ଗତ ୧୦ ତାରିଖରେ ସରପଞ୍ଚ ସଂଘ ପକ୍ଷରୁ ବିଡ଼ିଓ କଲ୍ୟାଣ ସୌରଭ ଦାସଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗତ ୧୪ ତାରିଖ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଜିର ଦିନରେ ଗାନ୍ଧି ମୂର୍ତୀ ତଳେ ସରପଞ୍ଚ ମାନେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଥିଲେ । ପୂର୍ବର ଚେତାବନୀ ଅନୁଯାୟୀ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷପ ନିଆ ଯାଇ ନ ଥିବାରୁ ଆଜି ସରପଞ୍ଚ ମାନେ ପୂର୍ବ ନିର୍ଦ୍ଧାରିତ ନିଷ୍ପତି ପାଳନ କରିଥିଲେ । ପରେ ବିଡ଼ିଓ ଡ. ଦାଶ, ଏବିଡ଼ିଓ ସୟ ଦାସ, ମଙ୍ଗଳ ଅଧିକାରୀ ପ୍ରମୋଦ ବିଶ୍ୱାଳ, ପ୍ରମୁଖ ସରପଞ୍ଚ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରି ପାଛୋଟି ନେଇଥିଲେ । ପରେ ସରପଞ୍ଚ ମାନଙ୍କ ସହ ବ୍ଲକ ସଦ୍ଭାବନା କକ୍ଷରେ ଆଲୋଚନା କରାଯାଇଥିଲା । ତେବେ ସରପଞ୍ଚ ମାନଙ୍କ ସମସ୍ତ ସମସ୍ୟାର ସମାଧାନ ଖୁବଶୀଘ୍ର ସମାଦାନ ହେବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଥିଲା ।

Leave A Reply

Your email address will not be published.

2 × 1 =