‘ଗାନ୍ଧୀ ଓ ସମୟାନୁବର୍ତିତା’ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଫିନିକ୍ସ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ୟୁନିଟ୍ – ୯ସ୍ଥିତ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଛି ପୁରସ୍କାର ବିତରଣ ଉତ୍ସବ । ଏଥିରେ ଶ୍ରୀମତୀ ନିବେଦିତା ଭଞ୍ଜ, ଏମ୍.ବି.ସି. ସ୍କୁଲର ଅଧ୍ୟକ୍ଷ ଏବଂ ରୁଚି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ଏସ୍.କେ. ମହାପାତ୍ର, ଟେଲିଜଗତର ସୁପରିଚିତ ଅଭିନେତା ମହାପ୍ରସାଦ କର, ବିନୋଦ କୁମାର ପଲେଇ ଆଦି ଅତିଥି ରୂପେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୮ ତାରିଖରେ ଫିନିକ୍ସ ସେବା ପକ୍ଷରୁ ରାଜଧାନୀ କଳାସଂସଦରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ରଖାଯାଇଥିଲା, ଯାହାର ବିଷୟବସ୍ତୁ ରହିଥିଲା “ଗାନ୍ଧୀ ଓ ସମୟାନୁବର୍ତିତା’ । ଏହାର ଫଳାଫଳ ଘୋଷଣା କରାଯାଇ ବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି । ବର୍ତମାନ ସମୟକୁ ଉପଯୁକ୍ତ ମନେକରି ଅଭିଭାବକଙ୍କ ବହୁବାର ଅନୁରୋଧ କ୍ରମେ ଏହା ସମ୍ପନ୍ନ କରାଯାଇଛି । ସମସ୍ତ ପ୍ରତିଯୋଗୀଙ୍କୁ ୩ଟି ପର୍ଯ୍ୟାୟରେ ଭାଗ କରାଯାଇ ପୁରସ୍କୃତ କରାଯାଇଛି । ସେମାନେ ହେଉଛନ୍ତି ବକ୍ତୃତା (ସବ୍-ଜୁନିୟର)ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦିବ୍ୟାଂଶା ପଣ୍ଡା, ଦ୍ୱିତୀୟ ବିଶାଲ କୁମାର ସାହୁ, (ଜୁନିୟର) ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପି୍ରୟଙ୍କା ରଥ, ଦ୍ୱିତୀୟ ସ୍ଥାନରେ ପ୍ରତ୍ୟାଶା ପତି, ତୃତୀୟରେ ବିଦ୍ୱାନ ମିଶ୍ର ରହିଛନ୍ତି । (ସିନିୟର) ବିଭାଗର ପ୍ରଥମ ସ୍ଥାନରେ ପ୍ରଲିପ୍ତା ଲେଙ୍କା, ଦ୍ୱିତୀୟରେ ସ୍ୱସ୍ତିକ୍ ନାରାୟଣ ଖୁଂଟିଆ ପୁରସ୍କୃତ ହୋଇଛନ୍ତି । ଏହା ସହ ସଂଗୀତରେ (ସବ୍ ଜୁନିଅର) ବିଭାଗର ପ୍ରଥମ ସ୍ଥାନରେ ଅଭିଜିତ୍ ଦାସ, ଦ୍ୱିତୀୟରେ ଶିବାନୀ ବେହେରା ଓ ତୃତୀୟରେ ଶିବାନୀ ବାହାଦୁର । (ଜୁନିୟର) ବିଭାଗରେ ଦିବ୍ୟାଂଶୁ ଶେଖର ସାହୁ ପ୍ରଥମ, ପର୍ଣ୍ଣିକା ରଥ ଦ୍ୱିତୀୟ ଓ ଆଦ୍ୟାଶା ବେଉରା ତୃତୀୟ ସ୍ଥାନ ଅଧିକାର କରି ଗୌରବାନ୍ୱିତ ହୋଇଛନ୍ତି ।

Leave A Reply

Your email address will not be published.

fifteen − 1 =