ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର: ଦୃବିତଙ୍କ ଗୁଳି ମାଡ଼ରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ଆଜି ମୃତ୍ୟୁ ଘଟିଛି । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି ।
ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଦେଇଥିବା ସୂଚନା ଅନୁଯାୟୀ, ସକାଳ ସାଢେ଼ ୮ଟାରୁ ୯ଟା ଭିତରେ ସୁମଣ୍ଡଳ ଛକରେ ଛିଡା ହୋଇ ଦେବରାଜ ଚା’ ପିଉଥିଲେ । ଉକ୍ତ ସମୟରେ ୩ ଦୁର୍ବୃତ ଗୋଟିଏ ବାଇକରେ ସେଠାରେ ପହଂଚି ଅତର୍କିତ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହୋଇଥିଲା । ଦେବରାଜଙ୍କୁ ଗୁଳି ମାଡ଼ ପରେ ପରେ ସେଠାରେ ଥିବା ଅନ୍ୟମାନେ ଭୟରେ ଘଟଣାସ୍ଥଳକୁ ଛତ୍ରଭଙ୍ଗ ଦେଇଥିଲେ । ଗୁଳି କରିବା ପରେ ଦୁର୍ବୃତମାନେ ଖଲ୍ଲିକୋଟ ରାସ୍ତାରେ ଫେରାର ହୋଇ ଯାଇଥିବା ଜଣାଯାଇଛି । ଘଟଣାସ୍ଥଳରେ ଥାନା ଅଧିକାରୀ, ଫଣ୍ଡି ପୋଲିସ ଓ ଛତ୍ରପୁରର ଏଏସ୍ପି ପହଂଚି ତଦନ୍ତ କରୁଛନ୍ତି । ଦେବରାଜ ରାଜନୀତିରେ ସଂପୃକ୍ତ ଥିବା ସହ ଏବେ ବାଲି ଗୋଡି, ଚିପ୍ସ ଓ ସିମେଂଟ ବେପାର କରୁଥିଲେ । ଏଣୁ ଏହା ରାଜନୈତକ ଶତ୍ରୁତା ବା ବ୍ୟାବସାହିକ ଶତ୍ରୁତାରୁ ହତ୍ୟା ସେନେଇ ତଦନ୍ତ କରାଯାଉଛି ।

Leave A Reply

Your email address will not be published.

eight − 8 =