ଗୋଆକୁ ଟପିିବ ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’!


ପୁରୀ: ପୁରୀ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ଗ୍ରହଣ କରିଛି । ଏହି ବେଳା ଭୂମିକୁ ବିଶ୍ୱସ୍ତରୀୟ କରାଯାଇଛି । ସୁବିଧାସୁଯୋଗ, ସାଜସଜ୍ଜା ଓ ସବୁଜିମା ବେଳାଭୂମିକୁ ନୂଆ ଚେହେରା ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖାଞ୍ଜି ଦିଆଯାଇଛି । ପୁରୀର ଏହି ବ୍ଲୁ ଫ୍ଲାଗ ବଗିଚା ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଖୁବ ଶୀଘ୍ର ଏହି ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପିତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ଦେଶବିଦେଶର ପର୍ଯ୍ୟଟକଙ୍କୁ ଏହି ବେଳଭୂମି ଆକୃଷ୍ଟ କରିବ । ବେଳାଭୂମିରେ ବସିଲେ ଦେଶବିଦେଶର ଯେ କୌଣସି ଅନ୍ତର୍ଜାତିୟ ବେଳାଭୂମିର ଅନୁଭବ ହେବ । ପୁରୀ ବେଳାଭୂମି ଏତେ ସୁନ୍ଦର ଦିଶିପାରେ ତାହା ଦେଖିଲା ପରେ ଯାଇ ବିଶ୍ୱାସ ହେବା ସ୍ୱଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ ଓ ପାର୍କିଂ ସମସ୍ତ ସୁବିଧା ଏଠାରେ ରହିଛି । ଶିଶୁମାନଙ୍କ ପାଇଁ ଖେଳିବା ପାଇଁ ସୁବିଧା ରହିଛି । ପୁରୀ ବେଳାଭୂମିରେ ତାଳ ଓ ନଡିଆ ଗଛ ବି ଶୋଭା ପାଉଛି । ଗୋଆ ବେଳାଭୂମି ଭଳି ପାଲମିରା ପାମ ଟ୍ରି ବଢ଼ିଗଲାଣି । ପୁରୀ ଗାନ୍ଧୀ ପାର୍କରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଏହି ବ୍ଲୁ ଫ୍ଲାଗ୍ ବିଚ ମନଲୋଭ ହୋଇଛି । ଏହାର ସୁବିଧାସୁଯୋଗ ଓ ସବୁଜିମା ଗୋଆ ତଥା ବିଶ୍ୱର ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ ହେବ । ଏଠାରେ ଗୋଆ ଢାଂଚାରେ ବେଳାଭୂମିକୁ ଆକର୍ଷଣୀୟ କରାଯାଉଛି । ପାଲମିରା ପାମ ଗଛ ଲଗଯାଇଛି । ତାଳପତ୍ର ଓ ବେତରେ ପ୍ରସ୍ତୁତ ସେଡ୍ ଓ ଫୁଟପାଥ ରହିଛି । ତଳେ ବସି ପର୍ଯ୍ୟଟକ ମଜା ନେବେ । ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରଯାଇଛି । ପରିବାର ନେଇ ବେଳାଭୂମି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ହେବ । ପର୍ଯ୍ୟଟକମାନେ ଅଧିକ ସମୁଦ୍ର ଭିତରକୁ କିଭଳି ନଯାଇପାରିବେ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବେଳାଭୂମିର ଭିତିଭୂମି ବିକାଶ କରାଯାଇଛି । ଏହାକୁ ନେଇ ବାଲୁବା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ଆଡୁ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ହେତୁ ହେବା ଦିନରୁ ପୁରୀ ବେଳାଭୂମିରେ ଏମିତି ଚିତ୍ର ବଦଳିନଥିଲା ।

Leave A Reply

Your email address will not be published.

eight + 15 =