ବାଲିକୁଦା: ତରାସାହି ଅଂଚଳର ଗୋଚର ଜମିରେ ମଇଁଷି ଚରାକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ଅଭିଯୋଗକାରୀ ଗୋପାଳ ମାନେ ବାଲିକୁଦା ତାନାରୁ ନ୍ୟାୟ ନପାଇ ଜଗତସିଂହପୁର ଏସପିଙ୍କୁ ଆଜି ଭେଟି ନିଜର ଅଭିଯୋଗ କରିଛନ୍ତି । ତେବେ ଏସପି ଏସଡିପିଓଙ୍କୁ ପଠାଇ ବାଲିକୁଦା ଥାନାରେ ଉଭୟ ପକ୍ଷକଙ୍କ ସହ ଆଲୋଚନା କରିବାକୁ ପରାମର୍ଶ୍ର ଦେଇଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଆଜିର ଆଲୋଚନାରେ ସେପରି କୌଣସି ନିର୍ଯୟାସ ବାହାରି ପାରି ନ ଥିବା ବେଳେ ଆସନ୍ତା ଶୁକ୍ରବାର ଏହି ଆଲୋଚନାର ଅନ୍ତିମ ପର୍ଯୟାୟ ଅନୁÂିତ ହେବ ବୋଲି ଝନା ପଡିଛି ସୂଚନା ଥାଉକି ଗୋଚର ଜମିରେ ମଇଁଷୀ ଚରାକୁ କେନ୍ଦ୍ର କରି ଏହି ଗାଁରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା । ଉକ୍ତ ଘଟଣାରେ ଗତକାଲି ଗୋପାଳ ସମ୍ପ୍ରଦାୟର ୧୩ ଜଣଙ୍କୁ ନଦୀ ପଠାରେ ଗଛରେ ବାନ୍ଧି ମାର ଧର କରିଥିଲେ ଅନ୍ୟ ସମ୍ପ୍ରଦାୟର ଲୋକେ । ଏହାକୁ ନେଇ ବାଲିକୁଦା ଥାନାରେ ଏହି ଗୋପାଳ ସମ୍ପ୍ରଦାୟର ପ୍ରାୟ ୩୦ ରୁ ୪୦ ଜଣ ମହିଳା ପୁରୁଷ ପିଲା ଚୁଆଙ୍କୁ ଧରି ଥାନାରେ ପହଞ୍ଚିଥିଲେ । ଦିନ ତମାମ ସେମାନେ ଥାନାରେ ବସି ରହିଥିଲେ ମଧ୍ୟ ରାତି ପର୍ଯ୍ୟନ୍ତ କୌଣସି ସିନ୍ଧାନ୍ତରେ ପହଞ୍ଚି ପାରି ନ ଥିଲେ ଥାନାବାବୁ । ଗୋପାଳ ମାନଙ୍କୁ ମାଡ ମାରିବା ସହିତ ସେମାନଙ୍କ ଦୁଇଟି ଡଙ୍ଗାକୁ ମଧ୍ୟ ଛଡେଇ ନେଇଯାଇଥିବା ଅଭିଯୋଗ ଆଣିଥିଲେ ଏହି ଗୋପାଜ୍ଝଳ ପରିବାର । ଅନ୍ୟ ପକ୍ଷରେ ବିକି୍ର ପାଇଁ ଆସୁଥିବା ଗୋପାଳ ମାନଙ୍କ ୭ କୁଇଂଟାଲ କ୍ଷୀରକୁ ମଧ୍ୟ ନଷ୍ଟ କରି ଦେଇଥିଲେ । ଅବଶ୍ୟ ଅଭିଯୋଗ ପାଇ ଥାନାଧିକାରୀ ସର୍ବେଶ୍ୱର ବେହେରା ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯାଇଥିଲେ । ଏଠାରେ ସୂଚନା ଯୋଗ୍ୟକି ପୁରୁଷ ପୁରୁଷ ଧରି ଉକ୍ତ ଗାଁର ଗୋଚର ଜମିରେ ଗୋରୁ, ଗାଈ. ମଇଁଷି ଆଦି ଚରାଇ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ ଗୋପାଳ ପରିବାର । ମାତ୍ର ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଗଣ୍ଡ ଗୋଳ । ଗୋପାଳ ମାନେ ମଇଁଷି ଚରାଉଥିବା ଜାଗାକୁ ଗାଁର କେତେକ ଲୋକ ନିଜର ବୋଲି ଦାବି କରୁଛନ୍ତି ଓ ସେମାନଙ୍କୁ ଏହି ଜାଗାରେ ମଇଁଷି ଚରାଇବାକୁ ବାରଣ କରିଥିଲେ । ଏହାକୁ ନେଇ ପୂର୍ବରୁ ଉକ୍ତ ଗୋପାଳ ମାନେ ବାଲିକୁଦା ଥାନାରେ ଦ୍ୱାରସ୍ଥ ହୋଇଥିବା ବେଳେ ପରବର୍ତୀ ସମୟରେ ବାଲିକୁଦା ତହସିଲଦାରଙ୍କ ନିକଟରେ ଫେରାଦ ହୋଇଥିଲେ ।