ଗୋଟିଏ ଜୁଇରେ ମା’ ଓ ପୁଅ


ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଯାଉଥିଲେ । ହେଲେ ବାଟରେ ଘଟିଲା ଦୁର୍ଘଟଣା । ପ୍ରଥମେ ଗଲା ପୁଅର ଜୀବନ । ତା’ପରେ ଗଲା ତାଙ୍କ ଜୀବନ । ଆଉ ଗାଁରେ ମୃତଦେହ ପହଂଚିବା ପରେ ଏକା ସାଙ୍ଗରେ ଜଳିଥିଲା ମା’ ପୁଅଙ୍କୁ ଜୁଇ । ଏମିତି ଏକ ଘଟଣା ଅନୁଗୋଳ ଜିଲ୍ଲା କିଆକଟା ଥାନା ଧୁଢ଼ିଆପଢ଼ା ଗାଁରେ । ମୃତକ ଦ୍ୱୟ ହେଲେ ବିଳାସୀନି ବିଶ୍ୱାଳ ଓ ତାଙ୍କ ପୁଅ ଆଶୋକ ବିଶ୍ୱାଳ । ଶୁକ୍ରବାର ଅପରାହ୍ନରେ ବିଳାସୀନି ପୁଅ ଅଶୋକ ସହିତ ବାଇକ୍ ଯୋଗେ ରେଢ଼ାଖୋଲ ଆସୁଥିଲେ । ସେ ତାଙ୍କ ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଆସୁଥିଲେ । ତେବେ ସୁଣ୍ଡିମୁଣ୍ଡା ଛକରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲେ । ଉଭୟ ମା’ ପୁଅଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଚିକିସôାଧୀନ ଅବସ୍ଥାରେ ସେଠାରେ ଅଶୋକଙ୍କ ମୃତୁ୍ୟ ଘଟିଥିଲା । ଅନ୍ୟପକ୍ଷରେ ଗୁରୁତର ବିଳାସୀନିଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଭର୍ତି ହେବାର କିଛି ଘଂଟା ପରେ ତାଙ୍କର ବି ବୃତୁ୍ୟ ଘଟିଥିଲା । ଗତକାଲି ସନ୍ଧ୍ୟାରେ ଉଭୟ ମା’ ପୁଅଙ୍କ ମୃତଦେହ ଧୁଢ଼ିଆପଢ଼ାରେ ଗାଁରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମହାନଦୀ କୂଳରେ ଗାଁ ଶ୍ମଶାନରେ ଉଭୟ ମା’ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ମା’ ପୁଅ ଜୁଇ ଗାଁ ଶ୍ମଶାନରେ ଏକା ସାଙ୍ଗରେ ଜଳିଥିଲା । ମୃତ ଅଶୋକ ବାହା ହୋଇଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।

Leave A Reply

Your email address will not be published.

11 + 12 =