ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ବିଜେଡି ଦଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଗୋଳାମୁଣ୍ଡା ବିଡିଓ,ତହସିଲଦାର ତତ୍ୱାବଧାନରେ ଗୋଳାମୁଣ୍ଡା ବ୍ଲକ ଏମ ବି କେ,ସି ଆର ପି, ହଜାର ହଜାର ଏସ୍ ଏଚ ଜି ମହିଳାମାନେ ଓ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ । ସୂଚନାରୁ ପ୍ରକାଶ ଯେ ଓଡ଼ିଶା ସରକାର କଳାହାଣ୍ଡି ଜିଲ୍ଲାକୁ ୧୫୫ କୋଟି ଟଙ୍କା ବ୍ୟୟରେ ୪ ହଜାର ୬୭୮ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଜିକାର ଦିବସରେ ଶୁଭାରମ୍ଭ କରିଥିଲେ । କଳାହାଣ୍ଡି ଜିଲ୍ଲା ଉନ୍ନତି ପାଇଁ ସରକାର ମଞ୍ଜୁର କରିଥିବା ଅନୁଦାନ ଓ ଗୋଳାମୁଣ୍ଡା ବ୍ଲକର ୨୮ ଗୋଟି ପଞ୍ଚାୟତ ଉନ୍ନତି ପାଇଁ ୫୦ ଲକ୍ଷ ଲେଖାଏଁ ମଞ୍ଜୁର ହୋଇଥିବା ନେଇ ଗୋଳାମୁଣ୍ଡା ଜନସାଧାରଣ ଓ ବିଭିନ୍ନ ଏସ୍ ଏଚ ଜି ମହିଳା, ବିଜେଡି କର୍ମୀମାନଙ୍କ ଜ୍ଞାତ ପାଇଁ ଆଜି ଏହି କାର୍ଯ୍ୟକ୍ରମ ବିଜେଡି ଦଳୀୟ ପକ୍ଷରୁ ପ୍ରକାଶ ପାଇଛି । ଆସିଥିବା ସମସ୍ତ ଏସ୍ ଏଚ ଜି ମହିଳା, ବିଜେଡି କାର୍ଯ୍ୟକାର୍ତ୍ତ ଓ ସରକାରୀ ପ୍ରଶାସନଙ୍କୁ ସବୁ ସୁବିଧା ଯୋଗାଇ ଦେଇଥିବା ସ୍ଥଳେ ଗୋଳାମୁଣ୍ଡା ବ୍ଲକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବ୍ୟବସ୍ଥା ଘେରରେ ରଖାଯାଇଥିବା ନେଇ ସାମ୍ବାଦିକ ମହଲରେ ଦୁଃଖ ପ୍ରକାଶ ପାଇଛି ।