ଗୋଷାଣି -ପାରଳାଖେମୁଣ୍ଡି : ଦିନିକିଆ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗସ୍ତରେ ଆସିଥିବା ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୋଷାଣି ପ୍ରେସ କ୍ଲବ ତରଫରୁ ଏକ ସ୍ଥାୟୀ କୋଠା ଯୋଗାଇ ଦେବା ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆମ୍ଭେ ଗୋଷାଣି ବ୍ଲକର ବିଭିନ୍ନ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଅଛୁ । ବ୍ଲକ ତଥା ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା ଗୁଡିକ ଠାରୁ ଆରମ୍ଭ କରି ଆଞ୍ଚଳିକ ସମସ୍ୟା, ସରକାରୀ ସଚେତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ବୈଠକ ଆଦି ସମ୍ପର୍କେ ଖବର ପରିବେଶଣ କରିଆସୁଛୁ । ଏହାସହ ପ୍ରଶାସନ ଓ ସାଧାରଣଙ୍କୁ ସହଯୋଗ କରୁଛୁ । ହେଲେ ଗୋଷାଣି ପ୍ରେସ କ୍ଲବ ନିମନ୍ତେ କୌଣସି କୋଠା ଗୃହ ନ ଥିବାରୁ ଆମ୍ଭେ ସାମ୍ବାଦିକ ଗଣ ଏକତ୍ରିତ ଭାବେ ବସି କୌଣସି ଆଲୋଚନା କିମ୍ବା କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିପାରୁନୁ । ଯାହାକି ଆମ୍ଭମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ପ୍ରକାଶ ଯେ, ପ୍ରେସ କ୍ଲବ ନିମନ୍ତେ କୋଠା ଗୃହ ଯୋଗାଇଦେବା ସମ୍ପର୍କେ ୫ଟି ସଚିବ, ଜିଲ୍ଲା ପ୍ରଶାସନ, ଗୋଷାଣି ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷ ମହୋଦୟଙ୍କୁ ପ୍ରମୁଖଙ୍କୁ ବିଭିନ୍ନ ସମୟରେ ଯଥା ବିଭିନ୍ନ ସ୍ଥାନରେ ଲିଖିତ ତଥା ମୌଖିକ ଭାବେ ଅବଗତ ମଧ୍ୟ କରାଯାଇଛି । ହେଲେ କୌଣସି ସୁଫଳ ମିଳି ନାହିଁ ବୋଲି ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ସାରକା ସ୍ମାରକ ପତ୍ର ଗ୍ରହଣ କରିବା ସହିତ ତୁରନ୍ତ ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗୋଷାଣି ପ୍ରେସ କ୍ଲବର ସମସ୍ତ ସଦସ୍ୟଗଣ ତଥା ସମସ୍ତ ଗଣମାଧ୍ୟମର ବ୍ଲକସ୍ତରୀୟ ପ୍ରତିନିଧିମାନେ ଉପସ୍ଥିତଥିଲେ ।