ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ

ବିଞ୍ଝାରପୁର: ଶନିବାର ପୁଣି ବିଞ୍ଝାରପୁର ବ୍ଲକରେ ୨ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଏହି ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ବିଞ୍ଝାରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରର ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରନ୍ତି । ଆଉଜଣେ ଓଳେଇ ଚନ୍ଦନପୁର ଗ୍ରାମର ଜଣେ ତେଲେଙ୍ଗାନା ଫେରନ୍ତା ଯୁବକ ।ଏହି ଦୁଇ ଜଣଙ୍କୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨ରେ ପହଞ୍ଚିଲାଣି । ସେଥି ମଧ୍ୟରୁ ୫୧ ଜଣ ସୁସ୍ଥ ହୋି ଘରକୁ ଫେରିଛନ୍ତି । ମିଳି୍ଥିବା ସୁଚନା ଅନୁଯାୟୀ ହତ୍ୟା ମାମଲା ଅଭିଯୁକ୍ତ ବେଚନ ସାହାନୀ ଥାନାରେ ଥିବା ବେଳେ ଷ୍ଟାଫ ନର୍ସ ଜଣଙ୍କ ତାଙ୍କର ସ୍ୱାବ ପରୀକ୍ଷା କରିଥିଲେ ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି । ପ୍ରକାଶ ଥାଉକି ହତ୍ୟା ମାମଲାରେ ଗିରଫ ହୋଇ ୨ଦିନ ବିଞ୍ଝାରପୁର ଥାନାରେ ଥିବା ବିହାର ରାଜ୍ୟର ଅଭିଯୁକ୍ତ ବେଚନ ସାହାନିଙ୍କର ଗତ ୧୦ ତାରିଖରେ କରୋନା ପଜିଟିଭ ରିପୋର୍ଟ ଆସିଲା ପରେ ।

Leave A Reply

Your email address will not be published.

6 + five =