ଭୁବନେଶ୍ୱର: ପିପିଲି ବ୍ଲକର ସହଜପୁର ପଂଚାୟତ ଅଧିନସ୍ଥ ସୁହାଗପୁର ଗ୍ରାମରେ ଛତୁ କମ୍ପାନିରେ କୈାଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟି ଯିବାରୁ ୧୦ ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଛି । ମିଳିଥିବା ସୁଚନାନୁଯାଇ ଆଜି ଦିବା ୧୧.୪୦ ସମୟରେ ସୁହାଗପୁର ଗ୍ରାମର ଲକ୍ଷ୍ମଣ ବସ୍ତିଆଙ୍କ ଛତୁ କମ୍ପାନୀରେ ଗ୍ୟାସ ସିଲିଣ୍ଡରୁ ନିଆଁ ଲାଗି ବିଷ୍ଫୋରଣ ହୋଇଥିଲା । ନିଆଁକୁ ଆୟତ କରିବା ସମ୍ଭବ ନହେବାରୁ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଖବର ପାଇ ପିପିଲିରୁ ଦମକଳ ବାହିନୀ ଫାୟାର ଅଧିକାରୀ ଅଜିତ ଗୈାଡଙ୍କ ନେତୃତ୍ୱରେ ଆଗ୍ନିକ ଦୁଖିଶ୍ୟାମ ରଥ,ଫାୟାର ମ୍ୟାନ ନିହାର ରଞ୍ଜନ ମହାପାତ୍ର,ସଞ୍ଜିବ କୁମାର ଜେନା,ପ୍ରଶାନ୍ତ ଦାସ ,ସୁଜିତ କୁମାର ଭୋଇ ,ମନୋଜ କୁମାର ଧାନୱାଦ ଓ ହାବିଲଦାର ଦେବଦତ ନାୟକ ପ୍ରମୂଖ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗି ଏହି ଛତୁ କମ୍ପାନୀର ୧୦ ବଖରା ଘର ସହିତ ଆସବାବ ପତ୍ର ଓ ଲକ୍ଷାଧିକ ଟଙ୍କାର ସାମଗ୍ରାୀ ସବୁ ଜଳି ପାଉଁସ ହୋଇଯାଇଥିବା ଦେଖିବାକୁ ମିଳିଛି ।ଗୋଟେ ଦମକଳ ବାହିନୀରେ ନିଆଁକୁ ଆୟତ କରିବା କଷ୍ଟକର ହେବା ଆଉ ଗୋଟେ ଦମକଳ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟାରେ ସାମିଲି ହୋଇଥିବା ଫାୟାର ଅଧିକାରୀ ଶ୍ରୀ ଗୈାଡ୍ଙ୍କ ଠାରୁ ସୁଚନା ମିଳିଛି ।