ଚତୁର୍ଥ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ୫-ଟି ରୂପାନ୍ତିକରଣ

ଆଭାସି ଯୋଗେ ୫-ଟି ସଚିବଙ୍କ ସହ ଛାତ୍ରଛାତ୍ରୀ, ଜନ ପ୍ରତିନିଧି ଓ ପଦାଧିକାରୀଙ୍କ  ସହ ଆଲୋଚନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରଣ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଉକ୍ତ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି। ଏନେଇ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଆଭାସି ମାଧ୍ୟମରେ ଅବଗତ କରାଇଛନ୍ତି। ତେବେ ସ୍ମାର୍ଟ ବିଦ୍ୟାଳୟ ପାଇଁ ସାମୂହିକ ଉଦ୍ୟମ ଏବଂ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ। ଏଥିପାଇଁ ୩ଟି ପର୍ଯ୍ୟାୟରେ ବିଦ୍ୟାଳୟ ରୂପାନ୍ତରଣର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବାକୁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି।  ଚତୁର୍ଥ ପର୍ଯ୍ୟାୟରେ ମୋହନା ବ୍ଲକର ୮ଟି ଉଚ୍ଚ ବିଦ୍ୟାଳୟ, ନୂଆଗଡ ବ୍ଲକର ୨ ଗୋଟି, ରାୟଗଡ଼ ବ୍ଲକ୍ ୭ ଗୋଟି, ଗୋଷାଣୀ  ବ୍ଲକର ୯ ଗୋଟି, ଗୁମ୍ମା ବ୍ଲକର ୬ ଗୋଟି ଓ କାଶୀନଗର ବ୍ଲକର ୩ ଗୋଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ହେବ ବୋଲି  ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ   ଜିଲ୍ଲାର ସମସ୍ତ ବ୍ଲକର ଜନପ୍ରତିନିଧି, ବିଡ଼ିଓ, ସମସ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ଏବଂ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ରୂପରେଖ କେମିତି ହେବା ଦରକାର ଓ ଭବିଷ୍ୟତରେ ସେମାନଙ୍କ ଲକ୍ଷ୍ୟ କଣ, ଏନେଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା  କରିଥିଲେ। ଏହାସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ବିଦ୍ୟାଳୟ ରୂପାନ୍ତରଣ ଭଳି ଯୁଗାନ୍ତକାରୀ ପଦେକ୍ଷପ ପାଇଁ ବିଭିନ୍ନ ବିଦ୍ୟାଳୟର  ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ,ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସାଧୁବାଦ ଓ  ଧନ୍ୟବାଦ ଜଣାଇଥିଲେ। ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଥିଲେ ଯେ  ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩ ଗୋଟି, ଦ୍ଵିତୀୟ ପର୍ଯ୍ୟାୟରେ ୬୦ ଗୋଟି, ତୃତୀୟ ପର୍ଯ୍ୟାୟରେ ୬୧ ଗୋଟି ବିଦ୍ୟାଳୟ ରୂପାନ୍ତରଣ ହୋଇଛି। ଏହି ପଦକ୍ଷେପ ଫଳରେ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଆକର୍ଷିତ ହେଉଛନ୍ତି।  ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକୁ ସମୟସୀମା ପୂର୍ବରୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଅଛି।

Leave A Reply

Your email address will not be published.

eighteen − 16 =