‘ଚତୁର୍ଥ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା’

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରେ ସାମିଲ ହେବେ ୬ ବର୍ଷରୁ ଅଧିକ ବୟସ୍କ ପିଲା । ଏହି ସର୍ଭେ ଦେଶର ୭୦ଟି ଜିଲ୍ଲାରେ ହେବ । ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ଅଛି । ଏନେଇ ସୂଚନା ଦେଇଛନ୍ତି ଜଗଜଉର ନିର୍ଦେଶିକା ସଂଘମିତ୍ରା ପତି ।ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାସନାଲ୍ ସେରୋ ସର୍ଭେ । ଦେଶର ଯେଉଁ ୭୦ଟି ଜିଲ୍ଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ସେରୋ ସର୍ଭେ ହୋଇଥିଲା, ଏଥର ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହି ୭୦ଟି ଜିଲ୍ଲାରେ ସେରୋ ସର୍ଭେ ହେବ । ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ସାମିଲ ହୋଇଛି । ସେଗୁଡ଼ିକ ହେଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ । ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଏହି ୩ଟି ଜିଲ୍ଲା ସାମିଲ ଥିଲା । ଚତୁର୍ଥ ରାଉଣ୍ଡ ସେରୋ ସର୍ଭେ ପାଇଁ ଡିଜି ଆଇସିଏମ୍ ଆର ସ୍ୱୀକୃତି ଦେଇସାରିଛନ୍ତି । ଏଥିପାଇଁ ଆରଏମ୍ ଆରସି ପକ୍ଷରୁ ପ୍ରସ୍ତୁତି ସରିଥିବା ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି । ପ୍ରତି ଜିଲ୍ଲାକୁ ୧୦ଟି ଲେଖାଏଁ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ । ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ରଖିଛି ଜଗଜଉ । ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାସନାଲ ସେରୋ ସର୍ଭେ କରାଯିବ ବୋଲି କହିଛନ୍ତି ଜଗଜଉ ନିର୍ଦେଶିକା ସଂଘମିତ୍ରା ପତି ।

Leave A Reply

Your email address will not be published.

ten + nineteen =