ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ମୋ ଓଡ଼ିଶା,ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ଅନୁସାରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଉଚ୍ଚ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୁବ ବିକାଶ କାର୍ଯ୍ୟକ୍ରମ ଏକ ମହତ୍ଵାକାଂକ୍ଷୀ ଯୋଜନା । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କର ସଭାପତିତ୍ଵ କରି ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀଙ୍କ ପ୍ରତିମୂର୍ତ୍ତିରେ ଦ୍ଵୀପ ପ୍ରଜ୍ଜ୍ୱଳନ ସହିତ ସରକାରଙ୍କ ନୂତନ#ନୂଆ-ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଯୋଜନାକୁ ପ୍ରଶଂସା କରି କହିଥିଲେ ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଵିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଯୋଜନାକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ କ୍ରୀଡା, ସାଂସ୍କୃତିକ ଏବଂ ସାମାଜିକ ସଚେତନତା  ଆଦିକୁ ଉଜ୍ଜୀବିତ କରିବା ସହ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ଓ ପ୍ରେରଣା ସୃଷ୍ଟି କରିବ । ଜନସଂଖ୍ୟାର ଏକ ସିଂହଭାଗ ଯୁବଶକ୍ତି ହୋଇଥିବାରୁ ସେମାନଙ୍କର ବିକାଶରେ ଦେଶର ବିକାଶ ହୋଇପାରିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଗ୍ରୀ କଲେଜର ନୋଡାଲ ଅଧିକାରୀ ପ୍ରଶାନ୍ତ ନନ୍ଦ, ଯୁକ୍ତ ଦୁଇର ନୋଡାଲ ଅଧିକାରୀ ସ୍ଵାଧୀନ କୁମାର ସିଂ,ଦୁଃଖଵନ୍ଧୁ ମହାନ୍ତ, ସାମ୍ବାଦିକ ପ୍ରଦୀପ ପ୍ରଧାନ,ସଞିଵ କୁମାର ରାଜ, ପବିତ୍ର ନାଏକ,ଦାଶରଥି ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ପ୍ରଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ଚମ୍ପଏଶ୍ଵର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗିରି, ସନ୍ତୋଷ ଗିରି, ଡ଼ଃ,ଏସ.କେ.ସାହୁ,ଏସ କୁଲୁ,ମିସ୍.ପି.ହାରୋ,ମିସ୍.ଆର.ଚାତାର,ମିସେସ୍.ଏଲ.ପ୍ରଧାନ । 

Leave A Reply

Your email address will not be published.

8 + 20 =