ଏରସମା : ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଚମ୍ପାହାଟ ଡିହସାହିରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପୂର୍ବାହ୍ନ ରେ ପାଳିତ ହୋଇଛି। ରାଜ୍ୟରେ ବିଜେଡ଼ି ସରକାର ଶାସନରେ ନ ଥିଲେ ମଧ୍ୟ ବହୁସଂଖ୍ୟାରେ ବିଜେଡ଼ି କର୍ମୀ ନବୀନ ପଟନାୟକଙ୍କୁ ଭଲ ପାଉଥିବାର ପ୍ରମାଣ ଦେଖିବାକୁ ମିଳିଛି। ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଦୁଇଟି ବ୍ଲକର ହଜାର ହଜାର ଜନତା ନବୀନ ପଟନାୟକଙ୍କ ଜୟ ଗାନ ସହିତ ବିଜୁବାବୁ ଅମର ରହେ ସ୍ଲୋଗାନ ଦେଇଥିଲେ। ବିଧାୟକ ସାରଦା ପ୍ରସନ୍ନ ଜେନା କହିଥିଲେ ଆମ୍ଭମାନେ ନିଷ୍ଠା ଓ ଧର୍ଯ୍ୟର ସହିତ ଦଳରେ ଥିଲେ ବିଜେଡ଼ି ପୁଣି ଶାସନକୁ ଫେରିବ। ଏହି ପ୍ରତିଷ୍ଟା ଦିବସରେ ବାଲିକୁଦା ଏରସମାର ମୁଖ୍ୟ ପ୍ରତିନିଧି ଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପୀତବାସ ଗଛାୟତ,ଅଧକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ରାନୀ ଟୁଡୁ, ବିଜୟ କୁମାର ପାଳ,ଜିଲ୍ଲା ପରିଷଦ ଡ଼ଲ୍ଲୀ ପଣ୍ଡା, ୠନିଲତା ବେହେରା, ତଟିନା ସ୍ୱାଇଁ, ଦର୍ପ ଦଳିନି ମହାନ୍ତି,ଅକ୍ଷୟ କୁମାର ଖୁଣ୍ଟିଆ, ଅରୁଣ ବେହେରା, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନେକ ବରିଷ୍ଠ ବିଜେଡ଼ି କର୍ମୀଙ୍କୁ ବିଧାୟକ ସାରଦା ପ୍ରସନ୍ନ ସମ୍ବର୍ଦ୍ଧିତ କରିଥିଲେ।