ଚମ୍ପୁଆ: ଆଜି ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ମୌାଲାନାଗୁଡା ଅଞ୍ଚଳରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଦୁଇଜଣ ପଶ୍ଚିମ ବଙ୍ଗ ଫେରନ୍ତା । ଲକଡାଉନ୍ କୋହଳ ହେବା ପରେ ସେମବାନେ ପୁନଃ ପଶ୍ଚିମବଙ୍ଗରୁ ଆସି ଏାଂରେ ଏକ ନିର୍ମାଣଧିନ ମାର୍କେଟ କମ୍ପେ୍ଲକ୍ସରେ ରହି କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ । ଗତକାଲି ୧୦୮ ଜଣଙ୍କର ସ୍ୱାବ ପରିକ୍ଷା ପରେ ଏମାନେ ପଜିଟିଭ ଥିବା ଜଣା ପଡିଛି । ସେମାନେ ରହୁଥିବା ଏଟିଏମ ଓ ହୀନା ମାର୍କେଟ କମ୍ପେ୍ଲକ୍ସ ଓ ମୌଲାନାଗୁଡା ଅଞ୍ଚଳକୁ ସିଲ କରିଦିଆଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ଟ୍ରେସିଂ ଆରମ୍ଭ କରାଯାଇଛି । ସେମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା କିଛି ଦୋକାନୀ ଓ ଲୋକମାନଙ୍କୁ ହୋମକ୍ୱାରେଂନଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତାପରେ ସେମାନଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ସ୍ମାବ ପରିକ୍ଷପାଇଁ ପଠାଯିବ । ଗତକାଲି ବଡବିଲରୁ ୩୪ଜଣ ପଜିଟିଭ ବାହାରିବା ପରେ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବଡବିଲ ଓ ଝୁମ୍ପୁରା ଅଞ୍ଚଳକୁ ସିଲ କରିଦିଆ ଯାଇଛି । ତେଣୁ ଲୋକମାନେ ସତର୍କ ନହେଲେ ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଆଲୋଚନା ହେଉଛି ।