ଚମ୍ପୁଆରେ ଧୂମଧାମରେ ପାଳିତ ହେଲା ରାମନବମୀ

ଚମ୍ପୁଆ : ଚମ୍ପୁଆ ସଦରମହକୁମାରେ ପବିତ୍ର ରାମନବମୀ ଧୂମଧାମରେ ପାଳିତ ହୋଇଯାଇଛି । ଭକ୍ତି ଓ ଶ୍ରଦ୍ଧାର ସହିତ ଭକ୍ତମାନେ ଚମ୍ପୁଆ ବଜାର ମଧ୍ୟରେ ଥିବା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ,ମାତା ସିତା ଓ ଅନୁଜ ଲକ୍ଷ୍ମଣଙ୍କ ପୂଜାର୍ଚନା କରିବା ସିହିତ ଦିନ ତମାମ ରିତିନିତି ଅନୁସାରେ ପୂଜା କରାଯାଇଥିଲା । ଅପରାହ୍ନରେ ଏକ ବିରାଟ ଶୋଭାଯାତ୍ରାରେ କୁନି କୁନି ପିଲାଙ୍କ ପ୍ରଭୁଙ୍କ ଭେଷରେ ସଜାଇ ଝଣ୍ଡା ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ପ୍ରାୟ ଏକହଜାରରୁ ଉର୍ଦ୍ଧ ଭକ୍ତ ଯୋଗଦେଇ ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା । ରାମ ମନ୍ଦିର ସଭାପତି ବାବୁଲାଲ ଚାଉଡାଙ୍କ ତତ୍ୱାବଧାନରେ ମନ୍ଦିର କମିଟି ସଦସ୍ୟଙ୍କ ସହେଯାଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

14 + 4 =