ଚମ୍ପୁଆ: କିଛି ଦିନର ନିରବତା ପରେ ଚମ୍ପୁଆ ବନାଞ୍ଚଳର ବିଭିନ୍ନ ସେକ୍ସନରେ ହାତୀପଲଙ୍କ ଉପଦ୍ରବ । ଗାଁ ଲୋକ ଓ ବିଭାଗର ନିସ ହଜାଇ ଦେଇଛି । ଜଙ୍ଗଲ ଧ୍ୱଂଶ କାରଣରୁ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଗତକାଲି ବାଲିବନ୍ଧ ସେକ୍ସନରୁ ୧୩ ଦଳିଆ ହାତୀପଲ ଚମ୍ପୁଆ କୋଦ ଗାଡିଆ ଓ ରାମଚନ୍ଦ୍ରପୁର ର୍ଗାର ମୁଣ୍ଡା ସାହିରେ ଆତଙ୍କ ଖେଳାଇଥିବା ଜାଣିବାକୁ ମବୀଳିଛି । ମିଳିଥିବା ସୁଚନା ଅନୁସାରେ ଉଭୟ ଗାଁର ମୁଣଣ୍ଡା ସାହିରେ ୮ଟି ଘର ଭାଙ୍ଗିବା ସହୀତ ଧାନଚାଉଳ ଓ ବାସନ କୁସନ ମଧ୍ୟ ନଷ୍ଟ କରିଛନ୍ତି । କୋଦାଡିଆ ଗାଁର ସତ୍ୟବାନ ବେହେରା ଓ ବିନୋଦ ବେହେରାଙ୍କ ଘର ଭାଙ୍ଗିଥିବା ବେଳେ ରାମଚନ୍ଦ୍ରପୁର ଗାଁର ସେମା ମୁଣ୍ଡା ପରିବାର ସହ ଘରେ ଶୋଇଥିବା ବେଳେ ହାତୀ ଘର ଭାଙ୍ଗିବାରୁ ଅଳ୍ପକେ ବଞ୍ଚାଇ ପାରିଥିବା କହିଛନ୍ତି । ଅନ୍ୟ ପକ୍ଷରେ ଖବର ପାଇ ବନ ବିଭାଗର କର୍ମଚାରୀ ରାତିସାରା ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲେ ମଧ୍ୟ ସେମାନଙ୍କୁ ନିୟନ୍ତ୍ରଣ କରିପାରି ନଥିଲେ । ଚମ୍ପୁଆ ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ସଂଜ ନଇଁ ଆସିଲେ ହାତୀପଲ ଖାଦ୍ୟ ପାଇଁ ଗାଁ ଭିତରେ ଆତଙ୍କ ଚାଲିଥିବା ବେଳେ ଗାଁ ଲୋକେ ଭୟରେ ଶୋଇପାରୁନଥିବା ଜାଣିବାକୁ ମିଳିଛି ।