ଚମ୍ପୁଆ ଏସବିଆଇରେ ଗ୍ରାହକ ହନ୍ତସନ୍ତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଷ୍ଟେଟ ବ୍ୟାଙ୍କ ଶାଖାରେ କ୍ଷେତ୍ର ଅଧିକାରୀ ପଦବୀ ଦିର୍ଘ ଦିନ ହେବ ଖାଲିି ପଡି ଥିବାରୁ ଗ୍ରାହକମାନେ ହନ୍ତସନ୍ତ ହେଉ ଥିବା ଜଣାପଡିଛି । ଏଥି ପ୍ରତି ବ୍ୟାଙ୍କ ଉଚ୍ଚପଦାଧିକାରୀ ଦୃଷ୍ଟି ଦେଉ ନ ଥିବାରୂୁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦିର୍ଘଏ କ ବର୍ଷ ହେବ କ୍ଷେତ୍ର ଅଧିକାରୀଙ୍କ ବଦଳି ହୋଇ ଚାଲି ଯିବା ପରେ ଏପର୍ଯ୍ୟନ୍ତ ଏଠାରେ କାହାକୁ ନିଯୁକ୍ତି ଦିଆଯାଇ ନାହିଁ । ସ୍ଥାନିୟ ଶାଖା ପରିଚାଳକ କ୍ଷେତ୍ର ଅଧିକାରୀ ପଦବୀ ତୁଲାଇ ଆସୁଛନ୍ତି । ସେ ଅନେକ ସମୟକ୍ଷେତ୍ର ପରିଦର୍ଶନରେ ଯାଉ ଥିବାରୁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଫଳରେ କାମରେ ଆସି ଥିବା ଗ୍ରାହକମାନେ ଦିର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଚମ୍ପୁଆ ସଦର ବ୍ୟତିତ ପଡୋଶି ଝାଡଖଣ୍ଡରାଜ୍ୟ ଏବଂ ମୟୁରଭଂଜ ଜିଲ୍ଲାର ଅନେକ ଗ୍ରାହକ ଏହି ବ୍ୟାଙ୍କଉପରେ ନିର୍ଭର କରିଥାନ୍ତି ଫଳରେ । ବ୍ୟାଙ୍କ ସେବା ବାଧା ପ୍ରାପ୍ତ ହେଉ ଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

Leave A Reply

Your email address will not be published.

fourteen + 20 =