ଚମ୍ପୁଆ ଗ୍ରାମାଞ୍ଚଳରେ କରୋନା ସ୍ଥିତିକୁ ନେଇ ମୁରଲି ଶର୍ମାଙ୍କ ଉଦବେଗ

ଚମ୍ପୁଆ: କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ଅଧିକ ଭୟାବହ ହୋଇଛି । ଗାଁକୁ ଗାଁ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛିା ଖଣିଜ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ କୁହାଟ ମାରି କରୋନା ପରୀକ୍ଷା କରିବା ଓ ଅସ୍ଥାୟୀ କେନ୍ଦ୍ର ଦ୍ୱାରା ଟୀକାକରଣ କରାଇବା ନେଇ କହୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଗମ୍ଭୀର । ପ୍ରଶାସନ କେନ୍ଦୁଝର ଟାଉନରେ ସ୍ଥିତି ସମ୍ଭାଳିପାରୁନଥିବା ବେଳେ ଉପାନ୍ତ ଓ ଗ୍ରାମାଞ୍ଚଳରେ ପରିସ୍ଥିତି ସାଂଘାତିକ ହେବାକୁ ବସିଲାଣିା କେନ୍ଦୁଝର ଜିଲ୍ଲାର ୩୧ରୁ ୩୦ଟି ପଞ୍ଚାୟତ ଏବେ କରୋନା କବଳିତ । ଗ୍ରାମାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ , ସଙ୍ଗରୋଧ ପାଇଁ ସ୍ଥାନର ଅଭାବ ଓ କରୋନା ପରୀକ୍ଷା କେନ୍ଦ୍ର ଉପଲବ୍ଧ ନହେବା ଯୋଗୁଁ ଏହି ରୋଗ ଭୟାନକ ଭାବେ କାୟାବିସ୍ତାର କରିଚାଲିଛିା ଚମ୍ପୁଆ ବ୍ଲକର କୁଟାରିପସି ପଞ୍ଚାୟତ ନୟାକୃଷ୍ଣପୁରରେ କରୋନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ପୁରୁଷୋତମପୁରରେ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ପର୍ଯ୍ୟନ୍ତ କେବଳ ଏହି ଦୁଇ ଗ୍ରାମର ୫୪୧ରୁ ଉର୍ଦ୍ଧ୍ୱ ଲୋକ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ହେଲେ ପରିତାପର ବିଷୟ ଯେ, ପଞ୍ଚାୟତ ବା ବ୍ଲକ ତରଫରୁ ଏହି ଦୁଇଟି ଗ୍ରାମକୁ ସାନିଟାଇଜ କରାଯାଇ ନାହିଁ । ଅଧିକାରୀମାନଙ୍କୁ ଏଥିନେଇ ଜଣାଇଲେ ମଧ୍ୟ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପ୍ରଶାସନ ନିକଟରେ ବାରମ୍ବାର ଦାବି କଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜିଛି । ତେଣୁ ଏହାକୁ ବିଜେପିର ବରିଷ୍ଠ ନେତା ଡ. ମୁରଲି ମନୋହର ଶର୍ମା ନିନ୍ଦା କରିବା ସହ ପ୍ରଶାସନର ଅବିମୃଶ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରିଛନ୍ତି । ଏକ ପ୍ରେସ ବିବୃତିରେ ସେ କହିଛନ୍ତି ଯେ, ଉକ୍ତ ପଞ୍ଚାୟତରେ କରୋନା ନମୂନା ସଂଗ୍ରହ କେନ୍ଦ୍ର ଟିଏ କରାଯାଇ ନାହିାଁ ତେଣୁ ଏଠାକାର ଲୋକମାନେ ପରୀକ୍ଷା ପାଇଁ ଚିମଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଛନ୍ତି । ଯାହାଦ୍ୱାରା ସେଠାରେ ସାଧାରାଣ ଥଣ୍ଡାକାଶ ଯୋଗୁଁ ପରୀକ୍ଷା ପାଇଁ ଆସୁଥିବା ଅନ୍ୟମାନଙ୍କ ପାଇଁ ଏହି ଲୋକମାନେ ଭୂତାଣୁବା ହକଭାବେ ରୋଗ ସଂକ୍ରମଣର କାରଣ ହେଉଛନ୍ତି । ଏହି ସ୍ଥିତି କେବଳ କୁଟାରିପସି ପଞ୍ଚାୟତ ନୟାକୃଷ୍ଣପୁର ଓ ପୁରୁଷୋତମପୁରରେ ଦେଖିବାକୁ ମିଳୁ ନାହିଁ ବରଂ ଚମ୍ପୁଆ ବିଧାନସଭା କ୍ଷେତ୍ରର ପ୍ରାୟ ସବୁ ଗ୍ରାମରେ ଦେଖିବାକୁ ମିଳୁଛି । କରୋନା ଯୋଗୁଁ ଯେଉଁମାନେ ଦାଦନ ଖଟିବାକୁ ଅନ୍ୟସ୍ଥାନକୁ ଯାଇଥିଲେ ସେମାନେ ଗ୍ରାମକୁ ଫେରି ଆସିଛନ୍ତି । ସେମାନଙ୍କୁ ସଙ୍ଗରୋଧ କରି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କୋଭିଡ ଟ୍ରେସିଂ କରାଯାଉ ନାହିଁ । ଥଣ୍ଡା କାଶ, ଘୋଳାବିନ୍ଧା ଭଳି କରୋନା ଲକ୍ଷଣ ଦେଖି ଲୋକେ ପରୀକ୍ଷା ପାଇଁ ଡହଳବିକଳ ହେଲେ ବି ନିରୁପାୟ ହୋଇ ଘରେ ପଡି ରହୁଛନ୍ତି ଅଥବା ଆଖପାଖ ଅଞ୍ଚଳକୁ ଯାଇ ଅଧିକ ସଂକ୍ରମଣର କାରଣ ହେଉଛନ୍ତି । ତେଣୁ ପ୍ରଶାସନ କରୋନା ଟ୍ରେସିଂ ପାଇଁ ପଦକ୍ଷେପ ନେଉା ଯେଉଁ ଗ୍ରାମରେ ସଂକ୍ରମିତ ମରୁଛନ୍ତି ବା ଅଧିକ ସଂକ୍ରମିତ ଦେଖିବାକୁ ମିଳୁଛି ସେଗୁଡିକୁ ତୁରନ୍ତ ସାନିଟାଇଜ କରାଯାଉ ଓ ଉକ୍ତ ରୋଗୀମାନଙ୍କୁ ସେହି ଗ୍ରାମରେ ହିଁ ଔଷଧ ବିତରଣ କରାଯାଉ । ଯେଉଁ ଗ୍ରାମରେ ଏଭଳି ଅଧିକ ପଜିଟିଭ ସଂଖ୍ୟା ଦେଖିବାକୁ ମିଳୂଛି ସେଗୁଡିକୁ କଂଟନମେଂଟ ଜୋନ କରି ସେଠାରେ ନମୂନା ସଂଗ୍ରହ କେନ୍ଦ୍ର ଖୋଲାଯାଉ ବୋଲି ଡ ଶର୍ମା ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଅସ୍ଥାୟୀ କେନ୍ଦ୍ରରେ ଟୀକାକରଣକୁ ବ୍ୟବସ୍ଥିତ କରାଯାଉ । ପ୍ରତି ପଞ୍ଚାୟତରେ ଟୀକାକରଣ ପାଇଁ ସଚେତନତା ସହ ଅସ୍ଥାୟୀ ଟୀକାକରଣ କେନ୍ଦ୍ର ଖୋଲାଯାଉା

Leave A Reply

Your email address will not be published.

five × 4 =