ଚମ୍ପୁଆ: ଚଳିତ ୨୦୨୦ ବର୍ଷର ମାଟ୍ରୀକ ପରିକ୍ଷା ଫଳ ପ୍ରକାଶ ପାଇଛି । ଚମ୍ପୁଆ ଏନଏସି ସମେତ ବ୍ଲକର ବିଭିନ୍ନ ବିଦ୍ୟାର ପରିକ୍ଷା ଫଳ ସନ୍ତୋଷ ଜନକ ରହିଥିବା ଜଣାପଡିଛି ।ଚମ୍ପୁଆ ଏନଏସି ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୧୯ ଜଣ ପରିକ୍ଷା ଦେଇଥିବା ବେଳେ ୧୧୮ ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ।ବିଦ୍ୟାଳୟର ଛାତ୍ର ସିବାଶିଷ ପ୍ରଧାନ ସର୍ବୋଚ୍ଚ ୫୧୭ ନମ୍ବର ରଖି ପାଶ କରିଥିବା ଜଣାଯାଇଛି । ପାଶ କରିଥିବା ଛାତ୍ରଛାତ୍ରୀ ମଧ୍ୟରୁ ଏ ୨ରେ ୧୦ଜଣ, ବି୧ରେ ୨୦ଜଣ, ବି ୨ରେ ୨୧ଜଣ ସି ଗ୍ରେଡରେ ୨୦ଜଣ ଡି ଗ୍ରେଡରେ ୨୬ଜଣ ଏବଂ ଇରେ ୨୧ଜଣ ପାଶ କରିଛନ୍ତି । ସେହିପରି ମହତାବ ଉଚ୍ଚ ବିଦ୍ୟାଳୟରେ ମୋଟ ୧୦୯ଜଣ ପରିକ୍ଷା ଦେଇ ଥିବା ବେଳେ ୧୦୨ଜଣ ପାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ବି ୧ରେ ୨ଜଣ, ବି ୨ରେ ୨ଜଣ, ସି ଗ୍ରେଡରେ ୧୧ଜଣ, ଡି ରେ ୩୨ଜଣ,ଏବଂ ଇ ଗ୍ରେଡରେ ୫୫ଜଣ ପାଶ କରିଥିବା ଜଣାଯାଇଛି । ସେହିପରି ଅରବିନ୍ଦ ପୂର୍ଣ୍ଶଙ୍ଗ ଶିକ୍ଷା କେନ୍ଦ୍ରରେ ମୋଟ ୬୫ଜଣ ପରିକ୍ଷା ଦେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୯ଜଣ ପାଶ କରିଛନ୍ତି । ଚମ୍ପୁଆ ବାଳିକାଉନି୍ନତ ଉଚ୍ଚ ବିଦ୍ୟାଳୟର ମୋଟ ୨୭ଜଣ ପରିକ୍ଷା ଦେଇ ଥିବା ବେଳେ ୮ଜଣ ପାଶ କରିଥିବା ବେଳେ ରିମୁଳୀ ସରକାରୀ ଉଚ୍ଚ ବିଦ୍ୟାଳୟମୋଟ ୩୦ଜଣ ପରିକ୍ଷା ୨୯ଜଣ ପାଶ କରିଥିବା ଜଣାପଡିଛି । କାଶିପାଳ ହାଇ ସ୍କୁଲ ରେ ମୋଟ ୫୭ଜଣ ପରିକ୍ଷା ଦେଇଥିବା ବେଳେ ୫୩ଜଣ ପାଶ କରିଛନ୍ତି । ବିଦ୍ୟାଳୟର ଛାତ୍ରୀ ହରପ୍ରୀୟା ମହାନ୍ତ ମୋଟ ୫୫୦ ନମ୍ବର ରଖି ଏ ଅଞ୍ଚଳର ଗୋରବ ବୃଦ୍ଧି କରିଛନ୍ତି । ନିଶାଗଡିଆ ସରକାରୀ ବାଳିକା ବିଦ୍ୟାଳୟ ରେ ୪୫ ଜଣରୁ ୪୦ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି