ଚମ୍ପୁଆ ବ୍ଲକ ସମ୍ମୁଖରେ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଗଣଧାରଣା

ଚମ୍ପୁଆ : ସମ୍ବଲପୁରରେ ଶ୍ରୀ ହନୁମାନ ଜୟନ୍ତୀ ପାଳନ ଅବସରରେ ମୁସଲମାନ ଆତଙ୍କବାଦୀମାନଙ୍କ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହତ୍ୟାର ସମ୍ପୃକ୍ତ ଷଡଯନ୍ତ୍ରକାରୀମାନଙ୍କୁ ଚି଼ହ୍ନଟ କରି ଅପରାଧୀମାନଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ଆଜି ଚମ୍ପୁଆ ହିନ୍ଦୁ ସୁରକ୍ଷା ମଂଚ ପକ୍ଷରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୨ ତାରିଖରେ ସମ୍ବଲପୁର ଠାରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ଏକ ଶାନ୍ତିପୂର୍ଣ୍ଣ ବାଇକ ରାଲି ଉପରେ ମୁସଲମାନମାନଙ୍କ ଦ୍ୱାରା ହୋଇଥିବା ଅଚାନକ ଆକ୍ରମଣରେ ଅନେକ ହିନ୍ଦୁ ଆହତ ହେବା ସହିତ ସେମାନଙ୍କ ବାଇକଗୁଡ଼ିକୁ ପୋଡି ଦିଆଯାଇଥିଲା । ଅନ୍ୟପେଟ ଗତ ଏପ୍ରିଲ ୧୪ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ହିଂସା କାଣ୍ଡରେ ଦୁଇ ଜଣ ହିନ୍ଦୁ ଯୁବକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବୋବେଳ ଅନ୍ୟ ଜଣେ ଗମ୍ଭୀର ରୂପେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତଥାପି ଆଇନ ଶୃଙ୍ଖଳା ପ୍ରତି ଆସ୍ଥାବାଦ ହିନ୍ଦୁ ସମାଜର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ ପୁର୍ବକ କୌଣସି ପ୍ରତିକ୍ରିୟା ପ୍ରଦଶର୍ନ କରି ନଥିବାବେଳେ ଏହି ଘଟଣାରେ ସ୍ଥାନୀୟ ସୁରକ୍ଷା ବାହିନୀ ତଥା ଗୁପ୍ତଚର ସଂସ୍ଥା ନିଜର କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହେବା ଏବଂ ଘଟଣା ପ୍ରତି ସରକାରୀ ଉଦାସୀନତା, ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ, ହିନ୍ଦୁ ସମାଜର ସୁରକ୍ଷା ତଥା ନ୍ୟାଯ୍ୟ ଦାବୀ କରି ଆଜି ଚମ୍ପୁଆ ହିନ୍ଦୁ ସୁରକ୍ଷା ମଂଚ ପକ୍ଷରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମୁଖରେ ଗଣ ଧାରଣ ଦେବା ସହ ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। 

Leave A Reply

Your email address will not be published.

four + ten =