ପୁରୀ: ଶ୍ରୀ ଜଗନ୍ନାଥ ମେଡିକାଲ୍ ଏବଂ ହସ୍ପିଟାଳ୍ ଖୁବ୍ ଶିଘ୍ର ପୂର୍ଣ୍ଣାଙ୍ଗ ରୂପରେଖା ପାଇବ । ବର୍ତମାନ ଏହାର ଆନୁସଙ୍ଗିକ ଭିତିଭୂମିକ ବିକାଶ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀ କୋଣାର୍କ ବେଳାଭୂମି ମାର୍ଗ ନିକଟସ୍ଥ ସମଗରାହ ମୌଜାରେ ନିର୍ମାଣ ହୋଇଛି ମେଡିକାଲ୍ କଲେଜ । ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ରେ ୨୦୨୧-୨୨ ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ନାମଲେଖା ଯିବ । ବର୍ତମାନ ପାଇଁ ପୁରୀ ଜିଲ୍ଲା ସଦର ହାସ୍ପାତାଳରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଠପଢା ୨୧-୨୨ ବର୍ଷ ଆରମ୍ଭ କରାଯିବ । ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ୧୦୦ ଶର୍ଯ୍ୟା ବିଶିଷ୍ଟ ହେବ ।
ଶ୍ରୀଜଗନ୍ନାଥ ମେଡିକାଲ୍ ଏବଂ ହସ୍ପିଟାଲ୍ରେ ୨୦୨୧-୨୨ ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ନାମଲେଖା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ପାଇଁ ୨୬ ପ୍ରଫେସର, ୧୫ ଡକ୍ଟର ଏବଂ ୨୫ ଟୁ୍ୟଟରଙ୍କୁ ନିଯୁକ୍ତି ଦିଆଯାଇଛି । ଖୁବଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଥିବା ଜଣାପଡିଛି । ୧୦୦ ଶର୍ଯ୍ୟା ବିଶିଷ୍ଟ ଏହି ମେଡିକାଲ୍ କଲେଜ୍ରେ ଏମ୍ବିବିଏସ୍ ପାଠପଢା ଓ ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କୁ ଉନ୍ନତି ଚିକିସôା ସେବା ପ୍ରଦାନ କରାଯିବା ନେଇ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି ।