ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ଦୁଇ ସେନା କରୋନା ପଜିଟିଭ

ବାଲେଶ୍ୱର: ଚାନ୍ଦିପୁରରେ ଥିବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ କର୍ମଚାରୀ କରୋନା ପଜିଟିଭ ବୋଲି କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶକ ଏଚ.ଏସ ପଣ୍ଡା ଏହି ସୂଚନା ଦେଇଛନ୍ତି  | ସ୍ୱାବ ନମୁନା ପରୀକ୍ଷା ପରେ କରୋନା ପଜିଟିଭ ବୋଲି ଜଣାପଡିଥିଲା | ପରେ ବାରାକପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଦୁଇ କର୍ମଚାରୀ କାହା ସଂସ୍ପର୍ଶରେ ଆସିଥିଲେ ପ୍ରଶାସନ ପକ୍ଷରୁ ଏବେ ଅନୁସନ୍ଧାନ କରାଯାଉଛି | ବାଲେଶ୍ୱରରେ ଏଯାଏଁ ୧୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୫୦ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ଜଣକର ମୃତ୍ୟୁ ହୋଇଥିବାବେଳେ ୩୯ଟି ସକ୍ରିୟ ମାମଲା ରହିଛି |

Leave A Reply

Your email address will not be published.

20 + fourteen =