ସମ୍ବଲପୁର,୨୫.୬ (ନି.ପ୍ର.): ସମ୍ବଲପୁର ଜିଲ୍ଲା ବାମରା ବନ୍ୟ ପ୍ରାଣୀ ଡିଭିଜନର ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗାଁରୁ ମଙ୍ଗଳବାର ଏକ ଚିତାବାଘର ମୃତଦେହ ଉଦ୍ଧାର କରାଯାଇଛି । ବାଘଟି ଗତ ୪ରୁ ୫ ଦିନ ହେବ କୁତବ ଗାଁ ନିକଟ ଅଭୟାରଣ୍ୟର ୭ ନମ୍ବର ୱାଚ୍ଟାୱାର ପାଖକୁ ଦାନଖୋଳ ଗୁମ୍ଫା ନିକଟରେ ମରିପଡିଥିବା ଅନୁମାନ କରାଯାଉଛି । ବାର୍ଦ୍ଧକ୍ୟ କିମ୍ବା ଅସୁସ୍ଥ କାରଣରୁ ବାଘର ମୃତ୍ୟୁ ଘଟିଥିବା ବନ ବିଭାଗ ସନେ୍ଦହ କରୁଛି । ଗ୍ରାମବାସୀଙ୍କଠାରୁ ଖବର ସମ୍ବଲପୁର ଆରସିସିଏଫ୍ ଚିତରଞ୍ଜନ ମିଶ୍ର ଓ ଅନ୍ୟ ଅଧିକାରୀମାନେ ପହଂଚିଥିଲେ । ଜନନକିରା ପ୍ରାଣୀଧନ ଚିକିତ୍ସକ ଡ.ଏସ୍.ପି. ସିଂ ବରିହା ବ୍ୟବଚ୍ଛେଦ କଲା ପରେ ବନ କର୍ମଚାରୀ ସେଠାରେ ମୃତଦେହ ପୋତି ଦେଇଛନ୍ତି ।