ଚିଲିକା ଉପୂକଳ ଅଂଚଳରେ ହାତୀ ଉପଦ୍ରବ

ବ୍ରହ୍ମଗିରି: ସମାଜ ଅଧୁନିକତା ଆଡକୁ ଗତିକରିଥିବା ବେଳେ ମାନବସମାଜ ନିଜର ସୁଖଶାନ୍ତି ପାଇଁ ବଣ-ଜଙ୍ଗଲରୁ ଗଛଲତା କାଟିଦେଉଥିବାରୁ ବଣରେ ରହୁଥିବା ଯନ୍ତୁମାନେ ହିଂସ୍ରପରାୟଣ ହୋଇ ଗାଁଗହଳିକୁ ମାଡିଆସି ପ୍ରତ୍ୟେକ ବର୍ଷ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ·ଷୀ ଓ ଗ୍ରାମବାସୀମାନେ ଭୟଭିତ ଅବସ୍ଥାରେ କାଳତିପାତ କରୁଛନ୍ତି । ପ୍ରତ୍ୟେକ ବର୍ଷ ପାଚିଲା ଧାନ ଖାଇବା ପାଇଁ ଚନ୍ଦକା ଜଙ୍ଗଲରୁ ଦଳଦଳ ହାତୀ କଣାସ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷୟକ୍ଷିତ କରିବା ସହିତ ଅନେକ ଧନ-ଜୀବନ ନଷ୍ଟ କରୁଥିବା ଜଣାପଡିଛି । ଗତକାଲି ଏକ ଦନ୍ତାହାତୀ ଗଡଖାରଦ ଠାରୁ ବିଣ୍ଡିପୁର, ଅଡାଲ, ଗୋପିନାଥପୁର, କଳାପଦର ଦେଇ ମଧ୍ୟରାତ୍ରରେ ପୁନଶ୍ଚ ଧାନକିଆରିରେ ଦଳାଚକଟା କରି ବେଢାଦତଣ୍ଡୁଳ, ସାହୁପଡା ଦେଇ ଚିତ୍ରକୁଟ ପର୍ବତକୁ ଫେରିଯାଇଥିବା ଜଣାପଡିଛି । ବନବିଭାଗର କର୍ମଚାରୀମାନେ ହାତୀ ଆସିଥିବା ଖବର ପାଇ ଭୋରୁ ଭୋରୁ ଉକ୍ତ ଗ୍ରାମମାନଙ୍କୁ ଯାଇ ହାତୀ କେଉଁ ଆଡେ ଯାଇଛି ଖୋଜା ଖୋଜି କରୁଥିବା ଦେଖିବାକୁ ମିଳିଥିଲା । ତେଲେଙ୍ଗାପଡା ଲିଙ୍ଗରାଜ ପାଇକେରାୟ, ବିଣ୍ଡିପୁର ଗ୍ରାମର ଯୋଗି ମହାପାତ୍ର ନିକଟରେ ହାତୀକୁ ଦେଖି ଭୟଭିତ ହୋଇ ଅଚେତ ହୋଇପଡିବାରୁ ପରିବାରଲୋକ ଚିକିସôା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ ।

Leave A Reply

Your email address will not be published.

four × three =