ଭୁବନେଶ୍ୱର,୧୨.୬(ଏଜେନ୍ସି): ଆମ ଦେଶରେ ବିଭିନ୍ନ ଧରଣର ବାବା ରହିଛନ୍ତି । କୋଟି କୋଟି ଟଙ୍କାର ଅଳଙ୍କାର ପିନ୍ଧି କିଏ ଗୋଲ୍ଡେନ୍ ବାବା ନାମରେ ପରିଚୟ ସୃଷ୍ଟି କରିପାରିଛନ୍ତି ତ ଆଉ କିଏ ସାରଥି ବାବା ନାମରେ ନିଜ ନିଜ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହିପରି ଜଣେ ବାବା ମଧ୍ୟପ୍ରଦେଶରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏବଂ ନିଜକୁ ‘ଚୁମା ଦିଆ ବାବା ’ରୂପେ ପରିଚିତ କରାଇପାରିଥିଲେ । ଏହି ବାବାଙ୍କମ ମୁଖ୍ୟ କାରନାମା ହେଲା, ସେ ଯେକୌଣସି ରୋାଗୀ ବା ଭକ୍ତଙ୍କ ହାତକୁ ଚୁମା ଦେଇ ଯଦି ରୋଗ ଏବଂ ବିଭିନ୍ନ ସମସ୍ୟା ଭଲ କରିଦେଉଥିଲେ । ତାଙ୍କ ପାଖରୁ ଲୋକ କେବେ ଛାଡ ନଥିଲେ ଓ ସଦାବେଳେ ଗହଳି ଲାଗିରହିଥିଲା । କିନ୍ତୁ ସବୁଦିନ ସମାନ ଯାଏନାହିଁ । ତୁମା ଦେଉ ଦେଉ ବାବା କରୋନା ସଂକ୍ରମିତ ହୋଇପଡ଼ିଲେ । କେବଳ ସିଏ ନୁହେଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୨୯ ଜଣ ଭକ୍ତ ମଧ୍ୟ ସଂକ୍ରମିତ ହୋଇଥିବା ଜଣାଯାଇଛି । ମଧ୍ୟପ୍ରଦେଶର ରତଲାମ ଅନ୍ତର୍ଗତ ନୟାପୁରର ଏହି ତାନ୍ତ୍ରିକ ବାବାଙ୍କର ଗତ ୪ ତାରିଖରେ କରୋନାରେ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ବାବାଙ୍କ ସଂସ୍ପର୍ଶରେ ଆସି ଚୁମା ନେଇଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଂଟାନ୍ରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।