ଚେକଡ୍ୟାମ ନିର୍ମାଣରେ ମହାଦୁର୍ନୀତି

  • ଶାସନ , ପ୍ରଶାସନ କୋଲାକୋଳି
  • ଠିକାଦାରଙ୍କୁ ସୁହାଇଲା ଭଳି ଚାଲିଛି କାମ
  • ନିମ୍ନ ମାନର ଅଭିଯୋଗ ଆଣିଲେ ଲୋକେ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ବଡ଼ଚେରଗାଁ ଗ୍ରାମର ତେତେଲବୁର୍ଲି ନାଲାରେ ହେଉଥିବା ଚେକଡ୍ୟାମରେ ମହାଦୁର୍ନୀତି ଅଭିଯୋଗ ହୋଇଛି । ଟଙ୍କା ଲୋଭରେ ଶାସନ , ପ୍ରଶାସନ କୋଲକୋଳି ହୋଇଥିବା ବେଳେ ଠିକାଦାରଙ୍କୁ ସୁହାଇଲା ଭଳି ଚାଲିଛି କାମ । ନା ତଦାରଖ କରୁଛନ୍ତି ଯନ୍ତ୍ରୀ ନା ଉଚ୍ଚ ପଦାଧିକାରୀ । ପିସି ପାଇଁ ବିଭାଗ ପକ୍ଷରୁ ଠିକାଦାରଙ୍କ ପାଖରେ ମୁଣ୍ଡ ନୂଆଉଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏହି ଚେକଡ୍ୟାମ ବିନା ଲୁହାଛଡରେ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି । ସୂଚନା ମତେ ଚେକଡ୍ୟାମର ଏଷ୍ଟିମେଣ୍ଟ ଅନୁଯାୟୀ ୧୦ କୁଇଣ୍ଟାଲ ଲୁହାଛଡ଼ର ବ୍ୟବସ୍ଥା ଥିବା ବେଳେ ବିନା ଲୁହାଛଡ଼ରେ ଚାଲିଛି କାମ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ସରକାରୀ ସ୍ତରରେ ଚେକଡ୍ୟାମର ପରମାୟୁ ୨୦ ବର୍ଷ ଥିବା ବେଳେ ନିମ୍ନମାନର କାମକୁ ନେଇ ଏହାର ସ୍ଥାୟୀତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବଡ଼ଚେରଗାଁ ପଞ୍ଚାୟତ ବ୍ଲକ ଠାରୁ ୩୫ କିମି ଦୁରତାରେ ଅବସ୍ଥିତି ଏବଂ ଏହା ଏକ ଅନୁନ୍ନତ ପାର୍ବତ୍ୟାଅଞ୍ଚଳ ହୋଇଥିବାରୁ ଏ ସୁଯୋଗ ନେଇ ନିମ୍ନମାନର କାମ କରି ଆତ୍ମସାତ କରାଯାଉଥିବା ସ୍ଥାନୀୟ ଅଞ୍ଚଳରେ ଜୋର ଚର୍ଚ୍ଚା ଧରିଛି । ଏ ନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ଚେକଡ୍ୟାମରେ ଲୁହାଛଡ଼ ଦେବାର ବ୍ୟବସ୍ଥା ଥିବା ପ୍ରକାଶ କରିଛନ୍ତି । ହେଲେ ଏଠାରେ କାହିଁକି ଲୁହାଛଡ଼ ଦିଆଯାଉ ନାହିଁ ବୋଧେ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟିଗୋଚର ହେଉ ନ ଥିବା ସନ୍ଦେହ କରାଯାଉଛି । ଚେକଡ୍ୟାମ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

8 − one =