ଛଉନୃତ୍ୟ ଦଳକୁ ପ୍ରେତ୍ସାହନ

ବାରିପଦା: ନିଡାମ୍ବର ଭାବେ ତିନି ଦିନର ବିଶ୍ୱ ପ୍ରସିଦ୍ଧ ଛଉ ତଥା ଚୈତ୍ର ପର୍ବର ଚଳିତ ବର୍ଷ କରୋନା କଟକଣା ପାଇଁ ତିନି ଘଂଟା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ତେବେ ବୁଧବାର ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ବାରିପଦାର ଉ ର ସାହି ଓ ଦକ୍ଷିଣ ସାହି ଛଉ ନୃତ୍ୟ ଅନୁଷ୍ଠାନର ସଭାପତିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମ୍ମାନିତ କରିବା ସହିତ କିଛି ପ୍ରତ୍ସାହନ ରାଶି ମଧ୍ୟ ପ୍ରଦାନ କରିଥିବାର ଜଣାଯାଇଛି । ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ପ୍ରତି ଦୀର୍ଘ ଚାଳିଶ ବର୍ଷରୁ ଉର୍ଦ୍ଧ୍ୱ ସମର୍ପଣ ତଥା ଅବଦାନ ପାଇଁ ପୋଲିସ ବିଭାଗ ପକ୍ଷରୁ ଉ ର ସାହି ଛଉନୃତ୍ୟ ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ମିଶ୍ର ଓ ଦକ୍ଷିଣ ସାହି ଛଉନୃତ୍ୟ ଅନୁଷ୍ଠାନର ସଭାପତି ଲଡୁକେଶ୍ୱର ରଣାଙ୍କୁ ପାଂଚ ହଜାର ଟଙ୍କା ସହିତ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର ଛଉ କଳାକାର ଓ ଛଉ ପ୍ରେମୀଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି । ସମ୍ମାନିତ ହୋଇଥିବା ସଭାପତିଙ୍କ ମତରେ ଏଭଳି ସମ୍ମାନ ପାଇଁ ଛଉ ପ୍ରେମୀ ଉତ୍ସାହିତ ହେବା ସହିତ ଆଗାମୀ ଦିନରେ ଛଉ ପ୍ରତି ସାଧାରଣ ଲୋକ ଅଧିକ ଆକୃଷ୍ଟ ହେବେ । ତେବେ ଛଉନୃତ୍ୟ ପ୍ରତିଷ୍ଠାନ ଗୁଡିକୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ପ୍ରତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ମାନୀତ କରିବା ଏକ ନୂଆ ପରଂପରା ସୃଷ୍ଟି କରିଛି ବୋଲି ଛଉପ୍ରେମୀ ଓ ଛଉ କଳାକାର ମାନେ କହିଛନ୍ତି ।

Leave A Reply

Your email address will not be published.

twelve − twelve =