ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ସୀମାନ୍ତ ଛତିଶଗଡରେ ବର୍ତମାନ ବିଧାନସଭା ନିର୍ବାଚନ ଅନଷ୍ଠିତ ହେଉଥିବାରୁ ସେଠାରେ ପ୍ରଚାର ବେଶ ଜୋର ଧରିଛି । ଆଗାମୀ ୧୭ ତାରିଖ ଦିନ ଛତିଶଗଡର ଦ୍ୱିତୀୟ ଚରଣ ମତଦାନ ହୋଇଥିବାରୁ ଆଜି ଓଡ଼ିଶା ସୀମାନ୍ତ ଝାକର ପଡ଼ା ଠାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁବେଶ୍ ବଘେଲ ଯୋଗ ଦେଇ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଉପରେ ଦୀର୍ଘ ଭାଷଣ ପ୍ରଦାନ କରିଥିଲେ। ତେବେ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାନିମନ୍ତେ ଓଡ଼ିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଅଞ୍ଚଳରୁ ବହୁ ଦଳୀୟ କର୍ମୀ ନେତା ଜନସାଧାରଣଙ୍କ ପ୍ରବଳ ଜନ ସମାଗମ ହୋଇଥିଲା। ବିନ୍ଦ୍ରାନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ଡ଼ାବୁଗାଁର ପୂର୍ବତନ ବିଧାୟକ ତଥା ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର ସଭାପତି ଭୁଜବଳ ମାଝୀ ସହ ପର୍ଯ୍ୟବେକ୍ଷକ କ୍ଷେମ ରାଜ ବାଘ ପ୍ରମୁଖ ନେତା କଂଗ୍ରେସ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାରକୁ ଜୋର୍ କରିଥିବାବେଳେ ଏକ ସପ୍ତାହରୁ ଉର୍ଦ୍ଧ ସମୟ ହେବ ସେଠାରେ ଡେରା ପକାଇଛନ୍ତି ତେବେ ଛତିଶଗଡକୁ ଲାଗିରହିଥିବା ସୀମାନ୍ତ ଓଡିଶାର ବିଭିନ୍ନ ଗାଁ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଫଟିକି , କୋଇଲିମୁଣ୍ଡା , ବେହେରାମୁଣ୍ଡା , ତେଲାତାଣ୍ଡି , ଝଲିଆପଡା , ଗମ୍ଭାରିଗୁଡା, ଖପରାଡିହି , ମାଲଗାଁ ,ଢେପଗୁଡା ଆଦି ଗ୍ରାମ ଛତିଶଗଡ ସୀମା ସହିତ ଲାଗି ରହିଛି । ଏହା ଛଡା ଛତିଶଗଡର ବିଭିନ୍ନ ସୀମାନ୍ତ ଗ୍ରାମରେ ବହୁ ସଂଖ୍ୟକ ଓଡିଆ ରହିଛନ୍ତି । ତେବେ ସ୍ୱାଭାବିକ ଭାବେ ଉଭୟ ଅଂଚଳ ସାଂସ୍କୃତିକ ଓ ସାମାଜିକ ସ୍ତରରେ ମିଳିତ ଭାବରେ ରହିଛନ୍ତି । ତେଣୁ ସେଠାରେ ସୀମାନ୍ତ ଗାଁ ଗୁଡିକର ଓଡ଼ିଶା ନେତାଙ୍କ ପ୍ରଚାର ବହୁ ଉପାଦେୟ ହେବାରେ ଲାଗିଛି।