ଛାତ୍ରଙ୍କୁ ୩ ଗୁରୁମନ୍ତ୍ର ଦେଲେ ନବୀନ


ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର ବିରୁଦ୍ଧରେ ଲଢେଇ କରି ସତ୍ୟ ଖବର ଜନସାଧାରଣ ନିକଟରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହି ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ୩ଟି ଗୁରୁମନ୍ତ୍ର ଦେଇଛନ୍ତି । ପରିବାରରେ ବାପା-ମାଆଙ୍କ ପ୍ରତି ଦାୟିିିତ୍ୱକୁ ଭୁଲିବାନି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ସମାଜର ବିକାଶ ପାଇଁ କାମ କରିବାକୁ ସେମାନଙ୍କୁ ନବୀନ ଆହ୍ୱାନ କରିଛନ୍ତି । ଏଥିସହ ସେ କହିଥିଲେ, ଓଡିଆ ଜାତି ଏକ ମହାନ ଜାତି । ଓଡିଆ ଜାତି ଓ ଆସ୍ମିତାକୁ ରକ୍ଷା କରିବା ପାଇଁ କାମ କର । ଓଡିଆ ଜାତିର ସମୃଦ୍ଧି ପାଇଁ ବିଶେଷ ଅବଦାନ ଥିବା ମହାପୁରୁଷଙ୍କ ବିଷୟରେ ପଡ ଓ ଜାଣ । ସାମାଜିକ ଗଣମାଧ୍ୟମ ହେଉଛି ବର୍ତମାନ ଖବର ପ୍ରସାରଣ ମୁଖ୍ୟସୋ୍ରତ । ଯେଉଁମାନେ ସରକାର ଓ ଦଳ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ତାଙ୍କୁ ରୋକ । ସରକାରଙ୍କ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ତୁମର ।
ଏହି ଅବସରରେମୁଖ୍ୟମନ୍ତ୍ରୀ ଭୀମ ଭୋଇ, ଗୋପବନ୍ଧୁ ଦାଶ, ମଧୁସୂଦନ ଦାସ, ମା ରମାଦେବୀ, ମାଳତୀ ଦେବୀ ଓ ପାର୍ବତୀ ଗିରିଙ୍କ ଭଳି ବ୍ୟକ୍ତିଙ୍କ ନୀତି ଆଦର୍ଶ ବିଷୟରେ ଅବଗତ ହେବାକୁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ଜାଣିଲେ ଆମେ ଆଗାମୀଦିନରେ ଆଗକୁ ବଢି ପାରିବା ବୋଲି କହିଥିଲେ । ଆଜିର କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳ, ବିଜୁ ବାବୁ, ନବୀନ ଓ ଓଡିଶା ବିଷୟରେ ଛାତ୍ରମାନେ ଜାଣିଛନ୍ତି ନା ନାହିଁ ସେ ବିଷୟରେ ଏକ ପରୀକ୍ଷା ହୋଇଥିଲା । ୨୫ଟି ପ୍ରଶ୍ନ ସମ୍ବଳିତ ଏକ ପ୍ରଶ୍ନପତ୍ର ଦିଆଯାଇଥିଲା ଓ ୧୦ ମିନିଟରେ ସେମାନେ ଏହାର ଉତର ରଖ୍ôଥିଲେ । ସଠିକ ଉତରଦାତାଙ୍କୁ ଦଳ ପକ୍ଷରୁ ପୁରସ୍କୃତ କରାଯିବ । ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣୀ ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.

twelve + fourteen =