ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ


ବାଲିକୁଦା; ଅପଣ୍ଡରା ଓ ଖାଲଗାଁ ପଞ୍ଚାୟତର ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଆଜି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ କଲେଜରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ପିଲା ମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ଜଳ ସମ୍ପଦ, ସୂଚନା ଓ ଲୋ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ପରାମର୍ଶ କ୍ରମେ ଆଇନିଜୀବୀ ପ୍ରକାଶ ପ୍ରଧାନଙ୍କ ସହଯୋଗରେ ବ୍ଲକ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ସମ୍ବିତ ମହାନ୍ତିଙ୍କ ନୃତ୍ୱରେ ଉକ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଅପଣ୍ଡରା ସ୍ଥିତ ଗାଦିବ୍ରହ୍ମ ହାଇସ୍କୁଲ, ଖାଲଗାଁ ସ୍ଥିତ ମହାବୀର ବିଦ୍ୟାପୀଠ, ଓଷକଣା ଉଚ୍ଚ ବିଦ୍ୟାଳୟ ସମେତ ତାଳଗାଁ ସ୍ଥିତ ବାସୁଦେବ ମହାପାତଜ୍ଝ୍ର ସ୍ମାରକୀ ମହାବିଦ୍ୟାଲୟରେ ଛାତ୍ର ସଂଗଠକ ମାନେ ପହଞ୍ଚି କରୋନା ଠାରୁ ଦୂରେଇ ରହିବା ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏଥିରେ ଛାତ୍ର ସଂଗଠକ ଲାଲ୍ଟୁ ବାରିକ, ଅନିଲ ସ୍ୱାଇଁ, ପ୍ରୟାଶ ମୁଦୁଲି, ବିଶ୍ୱଜିତ ଓଝା, ପିନୁ ସାହୁ, ମାନସ ଜେନା, ମାନସ ଭଂଜନ ଜେନା ଅମୀୟ ନାୟକ, ବବୁଲ ବାରିକ, ମନୋଜ ଜେନା, ବାବୁ ସ୍ୱାଇଁ, ଜିତେନ୍ଦ୍ର ମୁଦୁଲି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

16 − 4 =