ଜଗତସିଂହପୁରରେ ବଢ଼ୁଛି ବାଲ୍ୟ ବିବାହ

ଜଗତସିଂହପୁର : ଶିକ୍ଷିତ ତଥା ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱକୁ ନେଇ ଏବେ ଚିନ୍ତା ବଢ଼ିଛି । କ୍ରମାଗତ ଭାବେ ବାଲ୍ୟ ବିବାହ, କୁମାରୀ ମାତୃତ୍ୱ ବଢ଼ି ବଢ଼ି ଚାଲିଛି । ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩ ପ୍ରତିଶତ ଥିବାବେଳେ ଓଡ଼ିଶା ହାର ୨୦.୫ ରହିଛି । କିନ୍ତୁ ଓଡ଼ିଶାର ୧୨ଟି ଜିଲ୍ଲା ଜାତୀୟ ହାର ଠାରୁ ଅଧିକ ରହିଛି । ନବରଙ୍ଗପୁର ଜିଲ୍ଲା ଏକ ନମ୍ବରରେ ଥିବା ବେଳେ ସମ୍ବଲପୁରେ ବାଲ୍ୟ ବିବାହ ସର୍ବନିମ୍ନ ରହିଛି । ସୂଚନା ଅନୁସାରେ, ନ୍ୟାସ୍ନାଲ୍ ଫାମିଲି ହେଲଥ୍ ସର୍ଭେ ଏନ୍ଏଫ୍ଏଚ୍ଏସ୍ -୪ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ୨୦୧୫-୧୬ରେ ବାଲ୍ୟ ବିବାହ- ୯.୭ ପ୍ରତିଶତ ଥିଲା । ଏନ୍ଏଫ୍ଏଚ୍ଏସ୍-୫ ଅନୁଯାୟୀ ୨୦୨୦-୨୧ରେ ଏହା ୧୨ ପ୍ରତିଶତ , ୪ ଅନୁଯାୟୀ ୧.୨ ପ୍ରତିଶତ ୧୫ରୁ ୧୯ ବର୍ଷର ବୟସର ବାଳିକା ମା’ ହୋଇଥିବା ବେଳେ ଏନ୍ଏଫ୍ଏଚ୍ଏସ୍-୫ ଅନୁଯାୟୀ ଏହା ବଢ଼ି ୨.୬ ପ୍ରତିଶତରେ ପହଞ୍ଚିଛି । ଶିକ୍ଷିତ ଜିଲ୍ଲାରେ ବାଲ୍ୟ ବିବାହ ଓ କମ୍ ବୟସର ଝିଅ ମା’ ହେବା ସମସ୍ତଙ୍କ ପାଇଁ ଚିନ୍ତାଜନକ ପାଲଟିଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୂଚନା ଅନୁସାରେ, ୧୯ ବର୍ଷ ତଳକୁ ୧୯୬ ଜଣ ବାଳିକା ମା’ ହୋଇସାରିଥିଲେ । ମମତା ଯୋଜନା ହିତାଧିକାରୀ ଭାବେ ସୁଫଳ ପାଇବା ପାଇଁ ଆବେଦନ କରିବାପରେ ଏହା ଜଣାପଡ଼ିଥିଲା । କାରଣ ୧୯ ବର୍ଷ ତଳକୁ ମା’ ହେଉଥିବା ମହିଳା ମମତା ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ ବୋଲି ଗାଇଡ୍ଲାଇନ୍ ରହିଛି । କମ୍ ବୟସରେ ବିବାହ ଓ କେତେକ ସ୍ଥଳରେ ଅନୈତିକ ସମ୍ପର୍କ ଯୋଗୁ କୁମାରୀ ମାତୃତ୍ୱ ବଢ଼ୁଥିବା କୁହାଯାଉଛି । ସେହିପରି ୨୦୨୨ର ସବିଶେଷ ହିସାବ ଆସି ନ ଥିଲେ ମଧ୍ୟ କୁମାରୀ ମାତୃତ୍ୱ ସଂଖ୍ୟା ଶତାଧିକ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.

twenty − three =