ଜଗତସିଂହପୁର: ଜଗତସିଂହପୁର ମୁଖ୍ୟଚିକିତ୍ସାଳୟଠାରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ କାର୍ଯ୍ୟ ଆରମ୍ଭ ସମୟରେ ଡଃ.ଧରଣୀଧର ସେନାପତି ଠାରୁ ପ୍ରଥମ ଟିକାକରଣ ଶୁଭାରମ୍ଭ କରାଯାଇଥିଲା ।
ଏହାକୁ ଫିତାକାଟି ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ୧୨ଟା ସମୟରେ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଚିକିତ୍ସା ଧିକାରୀ ଡଃ.ବିଜୟ ପଣ୍ଡା, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଅତିରିକ୍ତ ମେଡିକାଲ ପରିବାର କଲ୍ୟାଣ ଅଧିକାରୀ ପ୍ରମୋଦ କୁମାର ବାରିକ, ପ୍ରମୁଖ ଗଣମାଧ୍ୟମର ସାମ୍ବାଦିକ ବୀରବର ଦଳାଇ, ଦୁର୍ମୂଖ ସାମ୍ବାଦିକ ଶରତ କିଶୋର କାନୁନଗୋ, ନୁ୍ୟଜ ୧୮ର ସାମ୍ବାଦିକ ପିନାକି ମହାନ୍ତି, ପ୍ରଗତିବାଦି ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ସମ୍ବାଦ ସାମ୍ବାଦିକ ସୋମନାଥ ପରିଡା ପ୍ରମୁଖଙ୍କ ସମେତ ବହୁ ସ୍ୱାସ୍ଥ୍ୟକର୍ମୀ,ଷ୍ଟାଫନର୍ସ ପ୍ରଭୃତି ଉପସ୍ଥିତ ଥିଲେ ।
ଏଥିରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବାର ମେଡିକାଲ ସୂତ୍ରରୁ ଜଣାପଡିଛି । ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ବହୁ ଡାକ୍ତର ଉପସ୍ଥିତ ଥିଲେ ।