ଜଗତସିଂହପୁର ଜିଲ୍ଲାରେ ଘୋଷଯାତ୍ରା ବନ୍ଦ ନେଇ ଜନ ଅସନ୍ତୋଷ

ଜଗତସିଂପୁର(ନି.ପ୍ର)- ସୁପ୍ରିମକୋର୍ଟଙ୍କ ନିଷ୍ପତି କ୍ରମେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ମାତ୍ର ରାଜ୍ୟର କୈାଣସି ଅଞ୍ଚଳରେ ଥିବା ପ୍ରାଚୀନ ମନ୍ଦିରରେ ଘୋଷଯାତ୍ରା ହୋଇପାରିନାହିଁ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଥିଲା । ତେବେ ଚଳିତ ବର୍ଷ କୋଭିଡ-୧୯ ଯୋଗୁଁ ସରକାରୀ କଳର ଅଙ୍କୁଶ ଲାଗିବା ଦ୍ୱାରା ଜିଲ୍ଲାର ସର୍ବ ପୁରାତନ, ସିଦ୍ଧଳ ଜଗନ୍ନାଥଙ୍କ ମନ୍ଦିରରେ ଏବର୍ଷ ରଥଯାତ୍ରା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା । ଏପରିକି ଠାକୁରଙ୍କ ନୀତିକାନ୍ତ ମଧ୍ୟ ହୋଇପାରିଲା ନାହିଁ । ହେହିପରି ଜିଲ୍ଲାର ଗୋଡା ସରବନ୍ତ ଶ୍ରୀ ଜଗନ୍ନାଥ, ଗଡ କୁଜଙ୍ଗ, ପାରାଦ୍ୱୀପ, ତେଲସରା, ଗରୋଇ,ବାଲିକୁଦା ପତିତପାବନ ମନ୍ଦିର, ସଂଗ୍ରାମପୁର ଗ୍ରାମ ଶ୍ରୀ ଖମ୍ବାକୂଳ ଜଗନ୍ନାଥ ରଥଯାତ୍ରା, ନୂଆଗାଁ ରଥଯାତ୍ରା,ପାଣିସାଳିଆ ରଥ, ଧ୍ୟାନ କୁଦ ପଞ୍ଚସଖା ଶ୍ରା ଜଗନ୍ନାଥ ମନ୍ଦୀର ରଘୁନାଥପୁର ରଥଯାତ୍ରା, ତିର୍ତୋଲ ପ୍ରଭୃତି ପ୍ରାୟ ୩୦ ରୁ ଉଦ୍ଧ୍ୱର୍ ବହୁ ମନ୍ଦିରରେ ରଥଯାତ୍ରା ବନ୍ଦ ହୋଇଗଲା । ସେହିପରି ଗାଁ ଗହଳିରେ ମଧ୍ୟ ରଥଯାତ୍ରା ସମ୍ପୁର୍ଣ୍ଣ ବନ୍ଦ ହେଲା । ଯାହା ଫଳରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି । ଏହି ଶ୍ରଜଗନ୍ନାଥ ଘୋଷ ଯାତ୍ରା ଦ୍ୱାରା ଜିଲ୍ଲା ବ୍ୟାପି ଛୋଟବଡ ବ୍ୟବସାୟୀ ଏବଂ ଆଶ୍ରମ, ମଠ, ମନ୍ଦୀରରେ ଘୋଷଯାତ୍ରା ବନ୍ଦ ଫଳରେ ନାନା ଅସନ୍ତୋଷ ବ୍ୟାପିଛି । ସେହିପରି ବାଲିକୁଦା କଣିଆ ଠାରେ ବାସି ବାହୁଡା ରଥଯାତ୍ରା ହେବ ବୋଲି ମନ୍ଦିର ପରିଚାଳକ ତଥା ସାମ୍ବାଦିକ ଶରତ କିଶୋର କାନୁନଗୋ ପ୍ରକାଶ କରିଛନ୍ତି । ଜୁନ ୩୦ ରେ କରୋନା ଲକଡାଉନ୍ ଉଠିବା ସମ୍ଭାବନା ଥିବାରୁ ତା ପରେ ଗଦାଧରଜୀଉ ରଥଟଣା ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.

eighteen − fourteen =