ଜଗତସିଂହପୁର, ୨୧.୬ (ନି.ପ୍ର.): ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ପ୍ରବାସୀମାନଙ୍କୁ ବସ୍,ଟ୍ରାଭେଲର ବୋଲେରୋ ଓ ଅନ୍ୟାନ୍ୟ ଗାଡିରେ ପରିବହନ କରି ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚାଂଇବା ଥିବା ଗାଡିଚାଳକ ଓ ହେଲପର୍ଙ୍କୁ ସମ୍ମାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ଜିଲ୍ଲ୍।ପାଳ ଶ୍ରୀ ସଂଗ୍ରାମ କେଶରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜନିତ ଏହି ଉସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା-ଜିଲ୍ଲ୍। ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ କୋଭିଡ୍ ପରିଚାଳନାରେ ବିଭିନ୍ନ କ୍ଷେତ୍ରରେ ୪ମାସ ଦିନରାତି ଏକକରି କାର୍ଯ୍ୟ କରିଥିବା ଅଧିକାରୀ,କର୍ମଚାରୀ, ପରିବହନ କର୍ମଚାରୀ,ସ୍ୱାସ୍ଥ୍ୟ କର୍ମଚାରୀ,ମୁ୍ୟନିସିପାଲିଟି ସଫେଇ କର୍ମଚାରୀ,ପୋଲିସ,ପ୍ରଶାସନିକ ଅଧିକାରୀ,ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଜନ ପ୍ରତିନିଧି,ସ୍ୱୟଂ ସହାୟକ ଗୋଷ୍ଠୀ,ଗଣମାଧ୍ୟମ ପ୍ରତିନିଧି, ସ୍ୱେଛାସେବୀ ସଂଗଠନ ମାନଙ୍କ ଯୋଗୁ ଜଗତସିଂହପୁର ଜିଲ୍ଲା ୯୦ ପ୍ରତିଶତ ସଫଳତା ହାସଲ କରିଛି । ଦେଶର ୧୭ଟି ରାଜ୍ୟରୁ ଆସିଥିବା ପ୍ରବାସୀମାନଙ୍କୁ ଦାୟିତ୍ୱର ସହ ରିସ୍କନେଇ ସେମାନଙ୍କ ଗ୍ରାମରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଚାଂଇ ଥିବାରୁ ସେମାନଙ୍କୁ ଜିଲ୍ଲ୍। ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । କରୋନା ମୁକାବିଲାରେ ଜିଲ୍ଲ୍। ଯଥେଷ୍ଟ ଆଗରେ ଅଛି । ପ୍ରାୟ ୧୪ ହଜାରରୁ ଉର୍ଦ୍ଧ ପ୍ରବାସୀ ଜିଲ୍ଲାକୁ ଫେରଛନ୍ତି । ଏବେ ପ୍ରତିଦିନ ୨୦୦ରୁ ୨୫୦ଟି ସ୍ୱାବ ଟେଷ୍ଟ ହେଉଚି । ଏଠାରେ ୪୩ଜଣ କରୋନା ରୋଗୀ ଚିକିସିତ ହେଉଛନ୍ତି । ସେ ମଧ୍ୟରୁ ୧୩ଜଣ ସୁସ୍ଥତା ଲାଭ କରି ଡିସ୍ଚାର୍ଯ ହେବେ । ଜିଲ୍ଲ୍। ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୫କୋଟି ଟଙ୍କା ବ୍ୟୟରେ ଏମ୍.ସି.ଏଚ୍.ବିଲିଡିଙ୍ଗ ଅନୁମୋଦନ ଲାଭ କରିଛି । ଅଗଷ୍ଟ ମାସରୁ କାମ ଆରମ୍ଭ ହେବ । ୭୦ଲକ୍ଷ ବ୍ୟୟରେ ସଂସ୍କୃତି ଭବନ ପୁର୍ନଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଯୋଗଧାରୀ ବସଷ୍ଟାଣ୍ଡ,କଲେଜ ଛକରେ ବସ୍ ବେ,୧୦ ନମ୍ବର କେନାଲ ଉପରେ ପାର୍କିଙ୍ଗ ବ୍ୟବସ୍ଥା ଖୁବ୍ଶୀଘ୍ର ଆରମ୍ଭ ହେବ । ପ୍ରାରମ୍ଭରେ ଡଃ ଶଶାଙ୍କ ଶେଖର ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥବା ବେଳେ ଶ୍ରୀ ସ୍ମୁତି ରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।